ଢ଼େଙ୍କିକୋଟ ତା ୨୩. ୯. ୨୩ : ଗୋଟିଏ ପାଖରେ ପେଟ ର ଜ୍ୱାଳା, ଅଭାବି ପରିବାର, ଅନ୍ୟ ପଟରେ କାହାର ପ୍ରରୋଚନା ଓ ନିର୍ଦେଶ l ଯେଉଁ ସମୟରେ ବହି ବସ୍ତାନୀଧରି ସ୍କୂଲ ଯିବାକଥା ସେହି ବୟସରେ ଚୋରୀ କାମ l ତେବେ ଆଜି ଢ଼େଙ୍କିକୋଟ ଶନିବାର ହାଟରେ ଜଣେ ସାତ /ଆଠ ବର୍ଷର ବାଳକ ମୋବାଇଲ ଚୋରୀ କଲାବେଳେ ଧରାପଡ଼ିଥିଲା l ଢ଼େଙ୍କିକୋଟ ର ଗାମା ଦଳେଇ ମାର୍କେଟରେ ପରିବା କିଣୁଥିବା ବେଳେ ତାଂକ ଉପର ସାର୍ଟ ପ୍ଯାକେଟରୁ ଚତୁରତା ସହିତ ମୋବାଇଲ ଟି ନେଇଥିଲା l ତେବେ ଗାମା ଦଳେଇ ତାଂକୁ ଖୁବଶିଘ୍ର ଧରି ମୋବାଇଲ ଟିକୁ ତାଙ୍କଠାରୁ ଆଣିଥିଲେ l କିଛି ବ୍ୟକ୍ତି ଉକ୍ତ ବାଳକ କୁ ଫାଣ୍ଡିରେ ଦେବାପାଇଁ କହୁଥିଲେ l କିନ୍ତୁ ଗାମା ଦଳେଇ ଉକ୍ତ ବାଳକକୁ ବୁଝେଇ ସୂଝେଇ ଏକ ବସ୍ ଯୋଗେ ପଠେଇ ଦେଇଥିଲେ l ଚୋରୀ କରିଥିବା ବାଳକ ସହିତ ଅନ୍ୟକିଛି ଲୋକ ତା ସହିତ ସାମିଲ୍ ଅଛନ୍ତି l ସେମାନେ ମିଳିମିଶି ଅଲଗା ଅଲଗା ହୋଇ ଚୋରୀ କରୁଛନ୍ତି l ତେଣୁ ଢ଼େଙ୍କିକୋଟ ଶନିବାର ହାଟରେ ମୋବାଇଲ ଚୋରୀ ବଢିଚାଲିଛି l