ଢ଼େଙ୍କିକୋଟ : ଅସହ୍ୟ ଗରମ୍ ସହିତ ଗୁଳୁଗୁଳି. ଝାଞ୍ଜି ଖରା ର ତାତିରେ ଜୀବନ ଡ଼ହଳବିକଳ l ଅଗ୍ନୀବର୍ଷା ରେ ଚାଲିଛି ପେଟ ପାଇଁ ନାଟ l ତେବେ କେନ୍ଦୁଝର ଜିଲ୍ଲାର ସବୁଠାରୁବଡ଼ ହାଟ ହେଉଛି ଢ଼େଙ୍କିକୋଟ ଶନିବାରହାଟ l ଆଜି ଦେଙ୍କିକୋଟ୍ ରେ ତାପମାତ୍ରା ଥିଲା ୪୨ ଡିଗ୍ରି ଉପରେ. ହାଟରେ ଲୋକସଂଖ୍ୟା ମଧ୍ୟ ଅନେକ ଥିଲେ l ସମସ୍ତେ ତେଲ ଲୁଣ ସଂସାରରେ କିଣା ବିକା କରିବାକୁ ହାଟକୁ ଆସିଥିଲେ l ଯିଏ ଯେlଉଠି ଆଶ୍ରାନେଇ ବିକ୍ରୀ ବଟl କରୁଥିଲେ l ତେବେ ସେଥିମଧ୍ୟରୁ ଏକ ଛିଣ୍ଡା ପଲିଥିନତଳେ ଜଣେ ଡ଼ହଡ଼ହ ଖରାରେ ଆଳୁ. ପିଆଜ. ରସୁଣ ବିକ୍ରୀକରୁଥିବା ନଜର୍ ଆସିଥିଲା l ମାର୍କେଟ ରେଟରୁ କମ୍ ରେଟରେ ଜିନିଷ ବିକ୍ରୀ କରୁଥିବାରୁ ଲୋକମାନେ ଖୁସୀରେ ନେଉଥିଲେ l ତେବେ ଏତେ ଖରାରେ ବସି ବିକ୍ରୀ କଲାବେଳେ ବି ସେ ହସଖୁସିରେ ଗ୍ରାହକଙ୍କୁ ଜିନିଷ ଦେଉଥିଲେ. ସତେ ଯେମିତି ଗ୍ରୀଷ୍ମ ପ୍ରବାହର ଅଗ୍ନୀବର୍ଷା ତାଂକୁ ନିକ୍ଷେପ କରିପାରୁନଥିଲା l ତେବେ ପେଟ ପାଇଁ ସବୁକିଛିକୁ ସହିବାକୁ ପଡିବ ବୋଲି ସେ ଖୁସିରେ କହିଥିଲେ l ସେହି ଦିନଦୁଖୀ ଲୋକଟି ଅରୁ ମହାନ୍ତି ଢ଼େଙ୍କିକୋଟ ରେ ରହନ୍ତି ବୋଲି ଜଣାପଡିଛି l