Odisha news

ଅସହ୍ୟ ଲଗାଣ ବର୍ଷାରେ କେନ୍ଦୁଝର ସହର ଜଳମଗ୍ନ

0
ଢ଼େଙ୍କିକୋଟ : ଗତକାଲି ଠାରୁ ଆଜି ଅନବରତ ଲଗାଣ ବର୍ଷାରେ କେନ୍ଦୁଝର ସହର ଜଳମଗ୍ନ ହୋଇଯାଇଛି l ଏତେ ପରିମାଣରେ ବର୍ଷା ହୋଇଛି ଯେ ରାସ୍ତାଘାଟ ଜଳମଗ୍ନ ହୋଇଯାଇଛି l ରାସ୍ତା ର ଜଳ ଘର ଭିତରକୁ ପ୍ରବେଶ କରିଛି l ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇଯାଇଛି l ମୁଖ୍ୟତଃ ବଳଦେବଜିଉ କଲୋନୀ, ସ୍ପୋଞ୍ଛ କଲୋନୀ, ବ୍ଲଡବ୍ୟାଙ୍କ ପାଖ ଓ ଭାଲୁକିପତଳା ଗ୍ରାମ ଜଳମଗ୍ନ ହୋଇଯାଇଛି l ବର୍ଷାଜଳ ଘର ଭିତରକୁ ପ୍ରବେଶ କରିଛି l ଗରିବ ଲୋକ ମାନଂକ ମାଟିକାନ୍ଥ ବିପଦ ସଂକୁଳ ଅବସ୍ଥା ଅଛି l ରାସ୍ତା ଜଳମଗ୍ନ ହୋଇଥିବାରୁ ଚଳପ୍ରଚଳ ରେ ଅନେକ ସମସ୍ୟା ଦେଖାଦେଇଛି l ବର୍ଷାଜଳ କୁ ନିଷ୍କାସନ ପାଈଁ କୌଣସି ପଦକ୍ଷେପ କିମ୍ବା ତତ୍ପରତା ଜିଲ୍ଲା ପ୍ରଶାସନ ତରଫରୁ ହୋଇନାହିଁ l କେନ୍ଦୁଝର ଜିଲ୍ଲା ରୁ ଦୈନିକ ହଜାର ହଜାର କୋଟିଟଙ୍କାର ଲୁହାପଥର ରପ୍ତାନି ହେଉଥିବା ବେଳେ କେନ୍ଦୁଝରବାସୀ କଂ ଦୁଖ ବଢିଚାଲିଛି l କୌଣସି ଲୋକ ପ୍ରତିନିଧି କିମ୍ବା ରାଜନୈତିକ ବ୍ୟକ୍ତି କଂ ଦ୍ରୁଷ୍ଟି ପଡୁନାହିଁ l ବର୍ଷାଜଳ ନିଷ୍କାସନ ହୋଇପାରୁନଥିବା ରୁ ଲୋକମାନେ ଭୋକ ଓପାସରେ ଘରେ ପଡିରହିଛନ୍ତି l ତେବେ ଧର୍ମ କୁ ଆଖିଠାର ସଦୃଶ୍ୟ ଅଗ୍ନିଶ୍ରମ ବିଭାଗ  କର୍ମଚାରୀ ମାନେ ବର୍ଷାଜଳ ନିଷ୍କାସନ କରିବାକୁ ଆସିଛନ୍ତି l ତେବେ ଲଗାଣ ବର୍ଷାରେ ଲୋକମନେ ବେହାଲ ହୋଇଯାଇଥିବା ବେଳେ ବର୍ଷା ଲାଗିରହିଛି l ଆଗକୁ ବର୍ଷାଜଳ ନିଷ୍କାସନ ପାଈଁ କୌଣସି ପଦକ୍ଷେପ ନନେଲେ ଲୋକମାନେ ଜିଲ୍ଲାପାଳ କଂ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନି ଦେଇଛନ୍ତି l
Leave A Reply