ଢ଼େଙ୍କିକୋଟ : ଢ଼େଙ୍କିକୋଟ ମାର୍କେଟ ସଂଲଘ୍ନ ୨୨୦ ନମ୍ବର ଜାତିୟ ରାଜପଥ ସ୍ବାଗତ ହୋଟେଲ ସାମ୍ନାରେ ଆଜି ଅପରାହ୍ଣରେ ଏକ ପାସିଓନ୍ ପ୍ରୋ ବାଇକ ସହିତ ଅଲଟୋ ଧକ୍କା ହୋଇଥିଲା l ଫଳରେ ବାଇକ ରେ ପଛରେ ବସିଥିବା କୈଳାଶ ମହାନ୍ତ ଆହତ ହୋଇଛନ୍ତି l ତେବେ ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ ମସିଣlବିଲା ଗ୍ରାମର କୈଳାଶ ମହାନ୍ତ ଓ ତାଂକର ପୁଅ ଛୋଟୁ ମହାନ୍ତ ବାଇକ ଯୋଗେ କୁକୁଡା ପାଡ଼ୁ କୁ ଧରି ଢ଼େଙ୍କିକୋଟ ଅଭିମୁଖେ ଆସୁଥିଲେ l ପୁଅ ଛୋଟୁ ବାଇକଟିକୁ ଚଳାଉଥିଲେ l ସ୍ବାଗତ ହୋଟେଲ ସାମ୍ନାରେ ସାନ୍ତରାପୁର ର ଜଣେ ଅଲଟୋ ଚାଳକ ସହିତ ସାମ୍ନାସାମ୍ନି ଧକ୍କା ହୋଇଥିଲା l ତେବେ ଛୋଟୁ ହେଲମେଣ୍ଟ ପିନ୍ଧିଥିବାରୁ ବର୍ତୀ ଯାଇଥିଲେ, ହେଲେ ପଛରେ ବସିଥିବା ତାଙ୍କ ବାପା କୈଳାଶ ମହାନ୍ତ ଆହତ ହୋଇଛନ୍ତି l ତାଂକୁ ଏନ. ଏଚ. ଏ. ଆଇ. ଆମ୍ବୁଲାନ୍ସ୍ ଯୋଗେ ଘଟଗାଁ ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଛି l ଖବରପାଇ ଢ଼େଙ୍କିକୋଟ ଫାଣ୍ଡି ଅଧୀକାରୀ ଘଟଣାସ୍ତଳରେ ପହଂଚି ତଦନ୍ତ ଚାଲୁରଖିଛନ୍ତି l