ଢେଙ୍କାନାଳ,୫ ।୧୍ : ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଗତ ୨ ତାରିଖରେ ଘଟି ଯାାଇଥିବା ଡବଲ ମର୍ଡର ଘଟଣାରେ ଢେଙ୍କାନାଳ ବିଜେପି ପକ୍ଷରୁ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆଇନମନ୍ତ୍ରୀଙ୍କ ଗିରଫ ଦାବୀ କରାଯାଇଥିବା ଓ ତାଙ୍କୁ ମନ୍ତ୍ରୀପଦରୁ ବିଦା କରିବା ପାଇଁ ଶତାଧିକ ବିଜେପି କାର୍ଯ୍ୟକର୍ତା ଏହି ବିକ୍ଷୋଭରେ ସାମିଲ ଥିଲେ । ପୂର୍ବତନ ବିଧାୟକ ତଥା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତା, ନଗର ମଣ୍ଡଳ ସଭାପତି ଅଜୟ କୁମାର ଭଂଜ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ବ୍ରହ୍ମାନନ୍ଦ ସାହୁ, ନିରୋଦ କୁମାର ସାହୁ, ରାଜେନ୍ଦ୍ର ପ୍ରଧାନ,ସଂକଳ୍ପ ଦାସ, ରମ୍ୟ ମହାପାତ୍ର, ଅଶୋକ ଦାସ, ଏମ.ଜେ ମହିମା ପ୍ରମୂଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ବିଭିନ୍ନ ନାରାବାଜି କରିବା ସହ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାହକରି ତାଙ୍କର ଗିରଫ ଦାବୀ କରି ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ।