ପରଜଙ୍ଗ,୫ ।୧ : ସୁକିନ୍ଦା ଥାନା ଅଂଚଳରୁ ଗତ ୨୭ ତାରିଖ ଦିନ ଲୁଟ୍ ହୋଇଥିବା ମଟରସାଇକେଲ ପରଜଙ୍ଗ ପୋଲିସ ଦ୍ୱାରା ଉଦ୍ଧର ହୋଇଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ସୁକିନ୍ଦା ଓଡିଶ ଗ୍ରାମର ବିଜୟ ମହାପାତ୍ରଙ୍କ ଘରୁ ୨୭ ତାରିଖ ଦିନ କେହି ଦୁର୍ବୃତ ତାଙ୍କ ହୋଣ୍ଡା ୟୁନିକର୍ନ ନଂ. ଓଡି ୦୪ ଡି ୮୧୧୧ କୁ ଚୋରିକରି ନେଇଥିଲେ । ଏ ନେଇ ବିଜୟ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଆଧାରକରି ସୁକିନ୍ଦା ପୋଲିସ ୩.୧.୨୦୨୧ରେ ୪/୨୧ରେ ଦଫା ୩୭୯ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲେ । ପରଜଙ୍ଗ ପୋଲିସ୍ ରାତ୍ରି ପାଟ୍ରୋଲିଂ ସମୟରେ ହାତୀଲୁଚାଣି ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଉକ୍ତ ଗାଡିକୁ ଜବତ କରିଥିଲେ । ମାତ୍ର ଅପରାଧିକୁ ପୋଲିସ୍ ଗିରଫ କରିବାରେ ସକ୍ଷମ ହୋଇନାହିଁ । ବହୁଜଲଦି ଆସାମୀକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।