ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୯ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ପାରିତ ହୋଇଥିବା ନ୍ୟାସନାଲ୍ ରିକ୍ୟୁରମେଂଟ ଏଜେନ୍ସି ଗଠନ(ଏନ୍ଆର୍ଏ)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ୟାବିନେଟରେ ନିଆଯାଇଥିବା ଐତିହାସିକ ନିଷ୍ପତି ନୂଆ ଭାରତ ଭବିଷ୍ୟତର ଗେମ୍-ଚେଞ୍ଜର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
କ୍ୟାବିନେଟ୍ ନିଷ୍ପତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ଅନଲାଇନ୍ ଏକକ ପ୍ରବେଶିକା ପରୀକ୍ଷା ସିଇଟି (କମନ୍ ଏଲିଜିବିଲ୍ଟି ଟେଷ୍ଟ୍) କରିବା ପାଇଁ ନ୍ୟାସନାଲ୍ ରିକ୍ୟୁରମେଂଟଣ୍ଟ୍ ଏଜେନ୍ସି ଗଠନ ହେବ ବୋଲି ଐତିହାସିକ ନିଷ୍ପତି ହୋଇଛି । ଏହାଦ୍ୱାରା କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ ବ୍ୟାଙ୍କର ଅଣ ଗେଜେଟେଡ୍ ପଦବୀ ପାଇଁ ଏନଆରଏର ପରିଚାଳନାରେ ଏକକ ଅନଲାଇନ୍ ପ୍ରବେଶିକା ପରୀକ୍ଷା ହେବ । ଏହି ନିଷ୍ପତି ଚାକିରି ଆଶାୟୀ ଏବଂ ବିଶେଷ ଭାବରେ ଆର୍ôଥକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ । ଏହାସହ ଅନଲାଇନ୍ ଏକକ ପ୍ରବେଶିକା ପରୀକ୍ଷା ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଅର୍ଥ ଓ ସମୟ ବଂଚାଯାଇ ପାରିବ । ପ୍ରତିବର୍ଷ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ୨.୫ କୋଟିରୁ ଉର୍ଦ୍ଧ୍ୱ ଆଶାୟୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଏହି ନିଷ୍ପତି ସହାୟକ ହେବ ।