ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମିତ ହୋଇଛନ୍ତି । ନିଜେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍ କରି ଏହା ଜଣାଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । କେନ୍ଦ୍ରମନ୍ତ୍ରୀ ତାଙ୍କ ଟୁଇଟ୍ ରେ ଉଲ୍ଲେଖ କରିଛନ୍ତି ଯେ “ କୋଭିଡ୍ -୧୯ ର ଲକ୍ଷଣ ଦେଖାଯିବା କାରଣରୁ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ପଜିଟିଭ୍ ଆସିଛି । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତି ହୋଇଛି ଏବଂ ସୁସ୍ଥ ଅଛି । “