ପଞ୍ଚତତ୍ୱ ରେ ବି-ଲିନ ହୋଇଛନ୍ତି ଧର୍ମେନ୍ଦ୍ର , ବଡପୁଅ ଶନି ଦେଓଲ ଦେଲେ ମୁଖାଗ୍ନି l
ହିନ୍ଦୀ ଚଳଚିତ୍ର ଜଗତରେ ଅନ୍ତ ହୋଇଛି ଧରମ ଯୁଗର
୮୯ ବୟସରେ ବଲିଉଡ ରୁ ବିଦାୟ ନେଲେ ଧରମ ଜୀ
ମାତ୍ର ଆଉ ୧୪ ଦିନ ମଧ୍ୟରେ ୯୦ ବର୍ଷ ରେ କରି ଥାଆନ୍ତେ ପଦାର୍ପଣ
ଧର୍ମେନ୍ଦ୍ର ଙ୍କର ହିନ୍ଦୀ ଚଳଚିତ୍ର ଜଗତ ପାଇଁ ରହିଛି ଅନେକ ଅବଦାନ l କିଛିଦିନ ପୂର୍ବରୁ ଅସୁସ୍ଥତା କାରଣରୁ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ , କିଛିଦିନ ପୂର୍ବରୁ ମୁମ୍ବାଇ ର ବ୍ରିଜ କେଣ୍ଡି ହସ୍ପିଟାଲ ରେ ଭର୍ତି ହୋଇଥିଲେ , ନଭେମ୍ବର ୧୦ ତାରିଖ ରେ ଧର୍ମେନ୍ଦ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟର୍ ରେ ରଖା ଯାଇଥିଲା l
ଏହି ସମୟରେ ବଲିଉଡ ର ସୁନାମ ଧନ୍ୟ କଳାକାର ତାଙ୍କ ସ୍ୱାସ୍ଥ୍ୟ ଅଭାସ୍ଥା ଜାଣିବା ପାଇଁ ବଲିଉଡ ରେ ପହଞ୍ଚିଥିଲେ, କିଛି ଦିନ ପୂର୍ବରୁ ମୃତ୍ୟୁ ର ମିଥ୍ୟା ଗୁଜବ ହୋଇଥିଲା ଓ ଏହାପରେ ତାଙ୍କ ପରିବାର ପୋଷ୍ଟ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜଣାଇ ଥିଲେ l
ଏବଂ ଧର୍ମେନ୍ଦ୍ର ଙ୍କୁ କିଛି ଦିନ ପୂର୍ବରୁ ଘରକୁ ଆଣି ସେଠାରେ ଚିକିତ୍ସା କରାଯାଉ ଥିଲା l ଘରେ ଡାକ୍ତର ଓ ନର୍ସ ଙ୍କ ଉପସ୍ଥିତି ରେ ଲଗାତାର ତାଙ୍କ ସ୍ୱାସ୍ଥ ଉପରେ ନଜର ରଖାଯାଉ ଥିଲା l
ଧରମ ଜୀ ଙ୍କ ଶେଷ ଦର୍ଶନ କରିବା ପାଇଁ ବଲିଉଡ ର କଳାକାର ମାନେ ତାଙ୍କ ବାସ ଭବନ ରେ ପହଁଚି ଥିଲେ , ସଲମାନ ଖାନ ନିଜ ପିତା ଙ୍କ ସହିତ ପହଁଚି ଥିଲେ ଏବଂ ଅମିତାଭ ବଚନ ନିଜ ପୁଅ ଅଭିଷେକ ବଚନ ଙ୍କ ସହିତ ଶେଷ ଦର୍ଶନ କରିଥିଲେ l ଏହାଛଡା ଅମୀର ଖାନ , ଅକ୍ଷୟ କୁମାର , ହେମା ମାଳିନୀ , ସାବନା ଅଜମି ଶେଷ ଦର୍ଶନ ରେ ଉପସ୍ଥିତ ହୋଇଥିଲେ l
ବଲିଉଡ କୁ ନିଜ ଜୀବନ ର ୬୫ ବର୍ଷ ଦେଇଛନ୍ତି ହି ମ୍ୟାନ , ନିଜ କ୍ୟାରିଅର ରେ ଅନେକ ଗୁଡିଏ ସୁପର ହିଟ ଚଳଚିତ୍ର ସିନେ ପ୍ରେମୀ ଙ୍କୁ ଦେଇଛନ୍ତି , ବିଶେଷ ଭାବରେ ଅମିତାଭ ବଚନ ଙ୍କ ସହିତ ଶୋଲେ ଚଳଚିତ୍ର ରେ ଜୟ- ବିରୁ ଙ୍କ ଯୋଡି ଭାରତୀୟ ଦର୍ଶକ ଙ୍କ ମନରେ ବିଶେଷ ଛାପ ଛାଡିଥିଲା l ଯାହା ଆଜି ମଧ୍ୟ ରହିଛି l
ଡିସେମ୍ବର ୮ ତାରିଖ ୧୯୩୫ ରେ ପଞ୍ଜାବ ର ନଶରାନି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ୧୯୬୦ ରୁ ଧର୍ମେନ୍ଦ୍ର ନିଜ ଚଳଚିତ୍ର ‘ ଦିଲ ଭି ତେରି ହମ ଭି ତେରେ ‘ ରୁ କ୍ୟାରିଅର ଆରମ୍ଭ କରିଥିଲେ l ଚଳିତ ବର୍ଷ ଡିସେମ୍ବର ୨୫ ରେ ଧର୍ମେନ୍ଦ୍ର ଙ୍କ ଶେଷ ଚଳଚିତ୍ର ‘ଇକୀସ’ ସିନେମା ହଲ ରେ ରିଲିଜ ହେବ l
ତାଙ୍କର ଉତ୍କୃଷ୍ଟ ଅଭିନୟ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୦୧୨ ରେ ପଦ୍ମ ଭୂଷଣ ରେ ସମ୍ମାନିତ କରାଯାଇଥିଲା l
ଯଦି ବ୍ୟକ୍ତିଗତ ଜୀବନ କଥା କହିବା ସେ ୨ ଟି ବିବାହ କାଟିଥିଲେ , ପ୍ରଥମ ବିବାହ ପ୍ରକାଶ କୌର ଙ୍କ ସହିତ ହୋଇଥିଲା , ଏବଂ ପ୍ରକାଶ ଙ୍କ ନିକଟରୁ ୪ ଟି ସନ୍ତାନ ହୋଇଥିଲା , ଶନି ଦେଓଲ , ବବି ଦେଓଲ , ବିଜେତା ଦେଓଲ ଓ ଅଜିତା ଦେଓଲ l
ଏବଂ ଦ୍ଵିତୀୟ ବିବାହ ଡ୍ରିମ ଗାର୍ଲ ହେମମଳିନୀ ଙ୍କ ସହିତ ହୋଇଥିଲା , ହେମା ଙ୍କ ନିକଟରୁ ଦୁଇଟି କନ୍ୟା ସନ୍ତାନ ହୋଇଥିଲେ ଇସା ଦେଓଲ ଓ ଆହାନା ଦେଓଲ୍ l
