Odisha news

ତୁମୁଡିବନ୍ଧରେ ବ୍ଲକ ସ୍ତରୀୟ ବାଲବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା 

0
ବାଲିଗୁଡା, ତା, ୨୪/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୧୪୯ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ୯୫ ଟି ପ୍ରକଳ୍ପ ପ୍ରଦର୍ଶୀତ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ ନିମିତ୍ତ ଆସିଥିବା ସମସ୍ତ ପ୍ରକଳ୍ପ କୁ ବିଚାରକ ଭାବେ ନାଗାର୍ଜୁନ ପ୍ରଧାନ ଏବଂ ଶ୍ୟାମ ସୁନ୍ଦର ସାହୁ ପରିଦର୍ଶନ କରିଥିଲେ । ସେଥିମଧ୍ୟରୁ ମୋଟ ୧୦ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ନିମିତ୍ତ ପଠାଇବା ପାଇଁ ଚୟନ କରାଯାଇଛି। ଅପରାହ୍ନରେ ଏକ ସଭା କାର୍ଯ୍ୟ ଆୟୋଜିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଟିକୁ ଶିକ୍ଷକ ଦାରା ସିଂ ବାରିକ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ଗୋଷ୍ଠି ଶିକ୍ଷା ଅଧିକାରୀ ଗଣେଶ ପ୍ରଧାନ, ମୁଖ୍ୟବକ୍ତା ଭାବେ ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ, ତୁମୁଡିବନ୍ଧ ଏ ଏଚ ଓ ଦେବାଶିଷ ମଲ୍ଲିକ, ଏ ବି ଇ ଓ ନିଳେନ୍ଦ୍ର ଦିଗାଲ, ତୁମୁଡିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଚନ୍ଦ୍ର ବଳିଆରସିଂ, ଶିକ୍ଷକ ଶରତ ଚନ୍ଦ୍ର ମାଝି, କୁମର ପରାସେଠ, ଶ୍ରୀବଛ ପରିଛା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଭା କାର୍ଯ୍ୟକ୍ରମରେ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ଓ ଏହାର ଉପକରିତା ମାନବ ପାଇଁ ବଡ଼ ବିଷୟ ହୋଇଛି ବୋଲି କହିଛନ୍ତି l ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।
IEC 2 years
Leave A Reply