ବରଗଡ଼ : ମଙ୍ଗଳବାରରୁ ବରଗଡ଼ରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋସିବ ଅନୁଷ୍ଠିତ ହେବ । ଏଥିପାଇଁ ଏହି ମୁକ୍ତମଞ୍ଚ ନାଟକର ମୂଖ୍ୟ ଚରିତ୍ର କୁହାଯାଉଥିବା ମହାରାଜ କଂସ ଭୂମିକାରେ ଅଭିନୟ କରୁଛନ୍ତି ବିଶିଷ୍ଟ ମଞ୍ଚ ଅଭିନେତା ଭୂବନେଶ୍ୱର ପ୍ରଧାନ । ଧନୁଯାତ୍ରା ମହାନାଟକର ଆରମ୍ଭ ପୂର୍ବରୁ କଳାକାରମାନଙ୍କ ଅଭ୍ୟାସ ଚାଲିଥିବା ଆଖଡ଼ାଶାଳରେ ଆଜି ଭୂବନେଶ୍ୱର ପ୍ରଧାନ ଗୁରୁମା ତଥା ପୂର୍ବତନ କଂସ ଅଭିନେତା ସ୍ୱର୍ଗତ ଯୁଧିଷ୍ଟିର ଶତପଥୀଙ୍କ ପନିୀ ଜମ୍ବୋବତୀ ଶତପଥୀଙ୍କ ଠାରୁ ଆଶିର୍ବାଦ ନେଇଛନ୍ତି । ଆଖଡ଼ାଶାଳକୁ ଯମ୍ବୋବତୀ ଶତପଥୀ ପହଞ୍ଚିବା ପରେ କଂସ ଅଭିନେତା ଭୂବନେଶ୍ୱର ପ୍ରଧାନ ଏବଂ ତାଙ୍କ ଧର୍ମପନିୀ ପ୍ରତିମା ପ୍ରଧାନ ଉଭୟେ ତାଙ୍କ ପଦଧୌତକରି ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଗୁରୁ ପୂଜନ କରି ଚଳିତ ଧନୁଯାତ୍ରାର ନାଟ୍ୟାଭିନୟ ଯେମିତି ଉଚ୍ଚକୋଟୀରହେବ ସେଥିପାଇଁ ଆଶିର୍ବାଦ ଭିକ୍ଷା କରିଥିଲେ । ମଞ୍ଚକୁ ଯିବା ପୂର୍ବରୁ ଗୁରୁପୂଜନ ପରମ୍ପରା ଭାବେ ଭୂବନେଶ୍ୱର ପ୍ରଧାନ ପ୍ରତିବର୍ଷ ଏହିପରି ଆଶିର୍ବାଦ ନେଇଥାନ୍ତି। ଏହି ସମୟରେ ଧନୁଯାତ୍ରା ମହୋସିବ ସମିତିର ଆବାହକ ସୁରେଶ୍ୱର ଶତପଥୀ କଳାକାର ସଂଯୋଜନା କମିଟିର ଆବାହକ ଅଶୋକ ବେହେରାଙ୍କ ସମେତ ଧନୁଯାତ୍ରାରେ ଅଭିନୟ କରିବାକୁ ଥିବା ସମସ୍ତ କଳାକାରମାନେ ମଧ୍ୟ ଉପସ୍ଥିତ ରହିଥିଲେ ।