Odisha news

ଜୀବନ ଜୀବିକା ପାଇଁ ଖଗେଶ୍ୱର ପାଲଟି ଯାଇଛନ୍ତି ଗୋଟିଏ ଛୋଟ ବଜାର

0

ବାଲେଶ୍ୱର- ମଣିଷ ପେଟ ଚାଖଣ୍ଡେ ପାଇଁ ବିଭିନ୍ନ ପ୍ରକାର ନାଟକୁ ଆପଣେଇ ନେଇଥାଏ । ପରିବାରର ବୋଝ ଯେତେବେଳେ ତା କାନ୍ଧରେ ଲଦି ହୋଇଯାଏ ବଞ୍ଚିବାପାଇଁ ତାଙ୍କୁ ବିଭିନ୍ନ ପଥ ଦେଖାଯାଇଥାଏ । ଖଗେଶ୍ୱର ଦାସ (୫୦) ଏହାର ଏକ ଜ୍ୱଳନ୍ତ ଉଦାହରଣ । ତାଙ୍କ ପିତାଙ୍କ ନାମ ଶ୍ୟାମସୁନ୍ଦର । ଘର ରେମୁଣା ନିକଟବର୍ତ୍ତୀ ନରହରିପୁର ପଞ୍ଚାୟତର ବେଗମପୁର ଗ୍ରାମରେ । ଖଗେଶ୍ୱରଙ୍କ ଉପରେ ଯେତେବେଳେ ପରିବାରର ବୋଝ ପଡ଼ିଲା ସେ କାହା ପାଖରେ ହାତ ନପତାଇ ପଇସା ରୋଜଗାର ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କଲେ । ସେ ପିନ୍ଧିଥିବା ସାର୍ଟରେ କଲମ, କଇଁଚି, ସାବୁନ କେସ୍‍,ନେଲ୍‍କଟର, ସ୍କୃଡାଇଭର, ଅମୃତାଞ୍ଜନ,ଚାବିରିଂ, ପରିବାକଟା ଛୁରୀ, କାନକୁ„ାଇବା ଜିନିଷପତ୍ର,କଡ଼ା ଓ ସାଧା ପାନ ମସଲା,ପ୍ଲାଷ୍ଟିକ ଡବା,ପ୍ଲାଷ୍ଟିକ ଆସନ, ପେନ୍‍ସିଲ ବ୍ୟାଟେରୀ ଇତ୍ୟାଦି ୪୦/୫୦ ପ୍ରକାରର ଜିନିଷପତ୍ରକୁ ଝୁଲାଇବା ସଂଗେ ସଂଗେ ଆଉକିଛି ଜିନିଷପତ୍ରକୁ ହାତରେ ଧରି ବସ୍‍ଷ୍ଟାଣ୍ଡରେ ବୁଲୁ ଥାଆନ୍ତି । ବସ୍‍ରେ ଯାତାୟତ କରୁଥିବା ଯାତ୍ରୀମାନେ ତାଙ୍କର ପି୍ରୟ ଗ୍ରାହକ ଅଟନ୍ତି । ଏହିଭଳି ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ବ୍ୟବସାୟକରି ନିଜ ପରିବାର ଚଳାଇ ଆସୁଛନ୍ତି । ତାଙ୍କୁ ଦେଖିଲେ ତୁତ ନିଜେ ଗୋଟେ ଚୌଧୁରୀ ବଜାର ଖୋକା ଭାଇଙ୍କ ଏହି ଲୋକପ୍ରିୟ ସଂଗୀତ ମନ ଭିତରେ ଆପଣାଛାଏଁ ଉଙ୍କିମାରେ । ସେ ଏହି ବ୍ୟବସାୟ କରି ମାସକୁ ୧୦/୧୨ ହଜାର ଟଙ୍କା ରୋଜଗାର କରିଥାନ୍ତି । ତାଙ୍କର ଜମିବାଡ଼ି କିଛି ନଥିବାବେଳେ ଏହି ରୋଜଗାରରେ ଘରର ସମସ୍ତ ଖର୍ଚ୍ଚ ଉଠାଇବା ସଂଗେ ସଂଗେ ବଡ଼ ଝିଅର ବାହାଘର ମଧ୍ୟ କରିଛନ୍ତି । ଗାଁରେ ଛୋଟିଆ ଘରଟିଏ କରି ସେଠାରେ ପନିୀ, କଲେଜ ପଢୁଆ ପୁଅ ଏବଂ ଅନ୍ୟଜଣେ ଅବିବାହିତା କନ୍ୟାଙ୍କ ସହ ବସବାସ କରୁଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇଥିବାରୁ ବାପା ମା ତାଙ୍କୁ ପାଠ ପଢାଇପାରି ନଥିଲେ । କୌଣସି ମତେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢି ଘରଚଳାଇବା ପାଇଁ ବାପାଙ୍କୁ ସହଯୋଗ କରିଥିଲେ । ଯୁବାବସ୍ଥାରେ ଭଦ୍ରକ ସହରରେ ରହି ବସ୍‍ଷ୍ଟାଣ୍ଡ ଏବଂ ବଜାରରେ ଭଦ୍ରକ ପ୍ରସିଦ୍ଧ ପାଳୁଅ ଲଡ଼ୁ ବିକି୍ର କରି ପଇସା ରୋଜଗାର କରି ଘରକୁ ପଠାଉ ଥିଲେ । ଏହାପରେ ସେ ବାଲେଶ୍ୱର ଚାଲିଆସି ଘରର ସମସ୍ତ ଦାୟିତ୍ୱ ନେବା ସଂଗେ ସଂଗେ ବାଲେଶ୍ୱର ବସ୍‍ଷ୍ଟାଣ୍ଡରେ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଏହିଭଳି ଫେରି ବ୍ୟବସାୟୀ କରିଥାନ୍ତି । ପାଠପଢି ପାରିନଥିବା ଖଗେଶ୍ୱର କଠୋର ପରିଶ୍ରମ କରି ନିଜର ଜୀବନ ଜୀବିକା ନିର୍ବାହ କରିବା ସଂଗେ ସଂଗେ ଅନ୍ୟ ଅଳ୍ପ ପାଠୁଆଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି ।

Leave A Reply