Odisha news

ନୂତନ ବର୍ଷରେ ରଣପୁର ଚଳଚଂଚଳ

0

ରଣପୁର,୧/୧ ;ଆଜି ଇଂରାଜୀ ନବ ବର୍ଷ ଉପଲକ୍ଷେ ରଣପୁର ଚଳଚଂଚଳ ହୋଇପଡିଛି । ଗତକାଲି ରାତିରେ ରଣପୁର ଅଂଚଳରେ ରାତି ୧୨ ଟାରେ ବାଣ ଫୁଟାଇବାସହ ବିଭିନ୍ନ ସ୍ଥାନରେ ନାଚ ଗୀତର ଆସର ଚାଲିଥିଲା । ଆଜି ସକାଳୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର , ତଳମଣିନାଗ ପୀଠ , ସ୍ୱପ୍ନେଶ୍ୱର ମନ୍ଦିର , ଚଣ୍ଡେଶ୍ୱର ମନ୍ଦିର , ଗୋପାଳପୁର ନୀଳକଣ୍ଠଶ୍ୱର ମନ୍ଦିର , ମଝିଆଖଣ୍ଡର କମଳେଶ୍ୱର ମନ୍ଦିର ଓ ଅସୁରକୁମାରୀ ଫୀଠରେ ଭିଡ ଲାିଥିଲା । ସେହିପରି ଅନେକ ଭକ୍ତ ପାହାଡ ଶୀଖରକୁ ଯାଇ ଉପର ମଣିନାଗ ଦର୍ଶନ କରିଛନ୍ତି । ବିଶେଷ କରି ବିଭିନ୍ନ ଦେବାଳୟରେ ଭିଡଲାଗିବାସହ ଭୋଜିଭାତ ଆୟୋଜନ ଚାଲିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଏହି ସ୍ଥାନଗୁଡିକରେ ଭୋଜି ଭାତର ଆସର କରି ଉମକ୍ସ ମଜଲିସରେ ନୂଆ ବର୍ଷକୁ ଲୋକମାନେ ପାଳନ କରୁଥିବାର ଦେଖିବାକୁ ମିଳିଥିଲା ।

Leave A Reply