Odisha news

ଦୋବଲ ବସଷ୍ଟାଣ୍ଡ ଜବରଦଖଲ ଉଚ୍ଛେଦ ଆନେ୍ଦାଳନ ତେଜିଲା ଅଗଷ୍ଟ ୧୬ ରୁ ବିକ୍ଷୋଭ , ରାସ୍ତାରୋକ ଚେତାବନୀ

0

ଧାମନଗର, ତା୬ା୮ : ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ବସଷ୍ଟାଣ୍ଡ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରଶାସନ ଆରମ୍ଭକରି ହଠାତ ସ୍ଥଗିତ ରଖିବା ଘଟଣାକୁ ବସଷ୍ଟାଣ୍ଡ ସୁରକ୍ଷାମଂଚ ଘୋର ନିନ୍ଦା କରିଛି । ଆସନ୍ତା ୧୬ ତାରିଖ ସୁଦ୍ଧା ବସଷ୍ଟାଣ୍ଡକୁ ଜବରଦଖଲ ମୁକ୍ତ କରାନଗଲେ ଏହା ଜନ ଆନେ୍ଦାଳନର ରୁପ ନେବବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମଂଚ ଭଦ୍ରକ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛି । ଧାମନଗର ବ୍ଲକ ଅନ୍ତର୍ଗତ ମୁସ୍ତଫାପୁର ମୋଜା ର ଖାତା ନଂ ୬୧୪ , ପ୍ଲଟ ନଂ ୭୨୪ ର ୧୮ ଡ଼େସିମିଲ ଓ ପ୍ଲଟ ନଂ ୭୮୦ ର ୦୨ ଡ଼େସିମିଲ ସରକାରୀ ଜମି ଜବରଦଖଲମୁକ୍ତ କରିବାପାଇଁ ଓଡିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଜିଲ୍ଲା ପ୍ରଶାସନ ତାହା କାର୍ଯ୍ୟକାରୀ କରୁନାହିଁ ବୋଲି ମଂଚ ଅଭିଯୋଗ କରିଛି । ସ୍ଥାନୀୟ ଜନସାଧାରଣ ବାରମ୍ବାର ଦାବିକରି୍ୱାପରେ ଭଦ୍ରକ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଧାମନଗର ତହସିଲଦାର ବ୍ୟାପକ ପୋଲିସ ସୁରକ୍ଷା ମଧ୍ୟରେ ଗତ ଜୁଲାଇ ମାସ ୨୦ ତାରିଖ ଦିନ ଉକ୍ତ ଜମିକୁ ମାପଚୁପ ଆରମ୍ଭ କରିଥିଲେ ।

ମାତ୍ର କୌଣସି କାରଣ (ଅଜ୍ଞାତ ନିଦେ୍ର୍ଦଶ) ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଅଧାରୁ ବନ୍ଦ କରିଦିଆଗଲା । ଏଥିରେ ସ୍ଥାନୀୟ ଜନସାଧାରଣ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାରୁ ଭଦ୍ରକ ଉପ ଜିଲ୍ଲାପାଳ ଧାମନଗରରେ ପହଂଚି ପାଂଚ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବାପାଇଁ ପ୍ରତିଶୃତି ଦେବା ସହିତ ଏକ ସୁଚନା ଫଳକ ବସଷ୍ଟାଣ୍ଡ ରେ ଲଗାଇବା ବ୍ୟବସ୍ଥା କରିଥିଲେ । ମାତ୍ର ସୁଚନା ଫଳକ ରେ ଏହା ଅଟକି ରହିବାରୁ ଏବେ ପୁଣି ଜନ ଆନେ୍ଦାଳନ ମୁଣ୍ଡ ଟେକିଛି । ଆସନ୍ତା ୧୫ ତାରିଖ ଦିନ ସ୍ୱାଧୀନତା ଦିବସ ଅବସରରେ ଦୋବଲ ବସଷ୍ଟାଣ୍ଡ ରେ ମଂଚ ତରଫରୁ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ୧୬ ତାରିଖରୁ ଦୋବଲ ବଜାର ବନ୍ଦ, ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବବୋଲି ମଂଚ ଆଜି ଧାମନଗର ଜଳସମ୍ପଦ ବିଭାଗ ଡାକ ବଙ୍ଗଳାରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି । ପୂର୍ବତନ ସରପଂଚ ଅମୀୟ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ମନୋରଞ୍ଜନ ମଲ୍ଲିକ, ଅରବିନ୍ଦ ପତି, ମଦନ ମୋହନ ଦାସ, ନାରାୟଣ ସାହାଣୀ, ବିଜୟ କୁମାର ରାମ, ପ୍ରଶାନ୍ତ ଦ୍ୱିବେଦୀ, ବିବେକାନନ୍ଦ ସାମଲ, ଆଇନଜୀବୀ ରଣଜିତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ

Leave A Reply