ଧାମନଗର : ଧାମନଗର ଅଞ୍ଚଳର ପବିତ୍ର ଦୁର୍ଗାପୂଜା କୋଭିଡ଼ କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଧାମନଗର ର ଅଧିଷ୍ଠାତ୍ରୀ ଦେବୀ ମା’ ମନ୍ତ୍ରବାସିନୀଙ୍କ ପୀଠରେ ନବଦିନାତ୍ମକ ପୂଜା ·ଲିଥିବା ବେଳେ ଆଜି ମା’ଙ୍କ ନବମୀପୂଜା କରାଯାଇଛି । ମାତ୍ର ପୂଜା ମଣ୍ଡପରେ ପୂଜକ ଏବଂ କର୍ତ୍ତାଙ୍କୁ ଛାଡ଼ିଦେଲେ ଏଥର ପୂଜା ପରିବେଶ ଶୂନସାନ ଲାଗୁଛି ।
ସେହିପରି ଧାମନଗର ସଦର ମେଡ଼ିକାଲ ବଜାର ଓ ଶ୍ୟାମପୁର ଦୁର୍ଗା ମଣ୍ଡପରେ ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା ବିନା ଭକ୍ତରେ କରାଯାଇଥିଲା । କୋଭିଡ଼ କଟକଣାକୁ ସ୍ଥାନୀୟ ପ୍ରଶାସନ କଢାକଢି ଭାବେ ପାଳନ କରିଥିବାବେଳେ ଦୁର୍ଗା ମଣ୍ଡପକୁ ପରଦା ଘୋଡ଼ାଇ ବନ୍ଦ କରାଯାଇଥିଲା ।
ଫଳରେ ଲୋକେ ଦୁର୍ଗା ପ୍ରତିମାଙ୍କୁ ଦର୍ଶନ କରିନପାରି ଫେରିଥିଲେ । ଏଥର ଦୁର୍ଗା ପୂଜା ମଣ୍ଡପର ·ରିକାନ୍ଥ ଭିତରେ ଆବଦ୍ଧ ହୋଇଥିବାବେଳେ ପୂଜା କେବଳ ବ୍ରାହ୍ମଣ ଓ କର୍ତ୍ତାଙ୍କ ମଧ୍ୟରେ ସିମିତ ରହିଛି । ଦୁର୍ଗା ମଣ୍ଡପ ଗୁଡ଼ିକ ବିନା ସାଜ ସଜ୍ଜା ଓ ବିନା ବାଣ ବାଜାରେ ନିରାଡ଼ମ୍ବର ଭାବରେ କରାଯାଉଥିବାବେଳେ ମଣ୍ଡପ ଗୁଡ଼ିକ ଖାଁ ଖାଁ ଲାଗୁଛି । ଧାମନଗର ଅଞ୍ଚଳର ବହୁ ପୁରାତନ ପୂଜା ମଣ୍ଡପ ନିର୍ଗୁଣ୍ଡି, ଉଛଦା ବ୍ରହ୍ମପୁର, କଲ୍ୟାଣୀ ଓ ଗୋବିନ୍ଦପୁର ଆଦି ସ୍ଥାନରେ ଅନୁରୂପ କଟକଣା ମଧ୍ୟରେ ଦୁର୍ଗାପୂଜା କରାଯାଉଛି ।
ଏଥର ସମସ୍ତ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଂକ୍ତି ଭୋଜନକୁ ସ୍ଥଗିତ ରଖାଯାଇଛି । ଧାମନଗର ତହସିଲଦାର ରାଧାକାନ୍ତ ବାରିକ ଓ ଥାନା ଆଇଆଇସି ରତିକାନ୍ତ ଗିରି ସମସ୍ତ ପୂଜା ମଣ୍ଡପବୁଲି ସ୍ଥିତି ତଦାରଖ କରିବାସହିତ କୋଭିଡ଼ କଟକଣାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାପାଇଁ ପୂଜା କମିଟି କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି