Odisha news

ଦୋବଲ ପଞ୍ଚାୟତ ଗୃହ ନିର୍ମାଣ ଘଟଣା ଉଗ୍ରରୂପନେଉଛି : ଅଟକ ସହକାରୀଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ ପୋଲିସ ଦ୍ୱାରା ଉଦ୍ଧାର

0

ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନୂତନଗୃହ ନିର୍ମାଣକୁନେଇ ପଞ୍ଚାୟତରେ ଦେଖାଦେଇଥିବା ବିବାଦ ଉଗ୍ରରୂପନେଇଛି । ନୂତନ କାର୍ଯ୍ୟାଳୟ ଗୃହନିର୍ମାଣ ନିମନ୍ତେ ଶିଳାନ୍ୟାସ ସୋଧ ଗ୍ରାମରେ ହୋଇଥିବା ବେଳେ ଉକ୍ତ ସ୍ଥାନକୁ ଦୋବଲ, ଇଟୁଆ ଗ୍ରାମର ଲୋକେ ବିରୋଧ କରୁଛନ୍ତି । ଦୋବଲ ପଞ୍ଚାୟତ କାର୍ଯ୍ୟାଳୟ ଦୋବଲ ରାଜସ୍ୱ ଗ୍ରାମରେ କରାଯାଉବୋଲି ସେମାନେ ଦାବି କରିବା ସହିତ ଧାମନଗର ବିଡ଼ିଓ, ତହସିଲଦାର ଓ ଭଦ୍ରକ ଜିଲ୍ଳାପାଳଙ୍କୁ ଏ ସମ୍ପର୍କରେ ଦାବିପତ୍ର ଦେଇଛନ୍ତି । ଗୁରୁବାର ଅପରାହ୍ନରେ ଧାମନଗର ବ୍ଲକ ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନା ଓ ଜଣେ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଦେଖିବାପାଇଁ ଯାଇଥିଲେ । ଲେ- ଆଉଟ୍ ଦିଆଯିବ ବୋଲି ଖବର ପାଇ ଶହଶହ ସଂଖ୍ୟାରେ ଲୋକେ ଜଗିରହିଥିଲେ ।

ଯନ୍ତ୍ରୀ ଦୁଇଜଣଙ୍କୁ ଲୋକେ ଅଟକରଖି ବିଡ଼ିଓ ଘଟଣାସ୍ଥଳକୁ ଆସି ଏହାର ସମାଧାନ କରନ୍ତୁବୋଲି ଦାବି କରିଥିଲେ । ଅଟକ ସହକାରୀ ଯନ୍ତ୍ରୀ ଶ୍ରୀ ଜେନା ବିଡ଼ିଓଙ୍କୁ ଫୋନ୍ଯୋଗେ ଜଣାଇଥିଲେ । ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଘଟଣା ସ୍ଥଳକୁ ନଯାଇ ଧାମନଗର ପୋଲିସକୁ ଜଣାଇଥିଲେ । ଧାମନଗର ଥାନା ଆଇଆଇସି ରତିକାନ୍ତ ଗିରି ଘଟଣାସ୍ଥଳକୁ ପୋଲିସ ପଠାଇ ଯନ୍ତ୍ରୀ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ଦିନକୁ ଦିନ ଉଗ୍ରରୂପ ନେଉଥିବାବେଳେ ଏହାର ସମାଧାନ କରିବା ପାଇଁ ସ୍ଥାନୀୟ ରାଜନେତା କିମ୍ବା ପ୍ରଶାସନ ଯନôବାନ ହେଉନଥିବା ଦେଖିବାକୁ ମିଳୁଛି । କୌଣସି ଏକ ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି

Leave A Reply