Odisha news

ସରସ୍ୱତୀ ଗାଁରେ ଘର ପୋଡ଼ି ଦେଲେ ଦୁର୍ବୁତ୍ତ

0

ଧାମରା,୨୩/୦୬/୨ : ଧାମରା ସ୍ଥିତ ସରସ୍ୱତୀ ଗାଁରେ ୩ ଜଣ ଦୁର୍ବୁଜଣେ ଲୋକର ଘର ପୋଡ଼ି ଦେଇଛନ୍ତି । ଏ ନେଇ କରଞ୍ଜମାଳ ଫାଣ୍ଡିରେ ଅଭିଯୋଗ ହୋଇଛି । କରଞ୍ଜମାଳ ପଞ୍ଚାୟତ ଅଧିନସ୍ଥ ସରସ୍ୱତୀ ଗାଁର ନିରଞ୍ଜନ ମାଝୀଙ୍କ ଚାଳ ଛପର ଘର ପୋଡ଼ି ଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଏହି ଘରେ ସେଦିନ କେହି ନଥିବାରୁ କାହାରି କିଛି କ୍ଷତି ହୋଇନାହିଁ ।

କିନ୍ତୁ ସେହି ଘରେ ଥିବା ଧାନ, ଚାଉଳ, ଆସବାହ ପତ୍ର, ଦରକାରୀ କାଗଜ ପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଏ ସମ୍ପର୍କରେ ସେ ମଧ୍ୟ କରଞ୍ଜମାଳ ଆରଆଇ, ଧାମରା ଅଗ୍ନିଶମ ଅଧିକାରୀ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଅଗ୍ନି ବିପନ୍ନ ପରିବାରଙ୍କୁ ସ୍ଥାନୀୟ ସରପଂଚ ଭେଟି ସମବେଦନା ଜଣାଇଛନ୍ତି । କରଞ୍ଜମାଳର ସମାଜସେବୀ ରମେଶ ଚନ୍ଦ୍ର ନାୟକ ତାଙ୍କୁ ଆର୍ଥôକ ସାହାଯ୍ୟ ସହିତ ଅନ୍ୟାନ୍ୟ ଜିନିଷପତ୍ର ପ୍ରଦାନ କରିଛନ୍ତି । ନିରଞ୍ଜନ ମାଝୀଙ୍କୁ ସରକାର କୋଠା ଘର ନିର୍ମାଣ ପାଇଁ ଆର୍ଥôକ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply