Odisha news

ବିରଳ ପ୍ରେମ ୭୦ବର୍ଷୀୟ ବରକୁ ୫୫ ବର୍ଷୀୟା କନ୍ୟା

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଭୁରଖେଡି ଗାଁରେ ଗୋଟିଏ ରୋମାଞ୍ଚକ ଘଟଣା ଘଟି ଯାଇଛି l ଜଣେ ବୟସ୍କ ଲୋକଙ୍କର ଡାକ୍ତର ଖାନରେ ଚିକିତ୍ସା ଚାଲିଥିବା ବେଳେ ଜଣେ ବୃଦ୍ଧାଙ୍କ ସହିତ ପ୍ରେମ ହୋଇଗଲା l ଘରଲୋକ ଏହି ଦୁଇ ଜଣଙ୍କର ବିବାହ କରାଇ ଦେଲେ ,ଏହି ବିବାହରେ ବରଙ୍କର ବୟସ ୭୦ ବର୍ଷ ଥିବା ବେଳେ କନ୍ୟାଙ୍କର ବୟସ ୫୫ ବର୍ଷ ଅଟେ l ଘଟଣାଟି ଘଟିଛି ଏହି ପରି ୭୦ ବର୍ଷୀୟ ଓମକାର ସିଂହ ଜିଲ୍ଲା ଚିକିତ୍ସାଳୟରେ ଭର୍ତି ହୋଇଥିଲେ l ସେଠାରେ ତାଙ୍କର ଜଣେ ୫୫ ବର୍ଷୀୟ ବୟସ୍କ ମହିଳାଙ୍କ ସହିତ ଦେଖା ହୋଇଥିଲା ,ତାଙ୍କ ନାଁ ଥିଲା ଗୁଡ଼ି ବାଇ l ତିନି ଦିନର କଥାବାର୍ତା ପରେ ଦୁଇଜଣ ଆଗକୁ ଏକ ସହିତ ଜୀବନ ବିତାଇବାର ନିଷ୍ପର୍ତ୍ତି ନେଲେ l

ଏହା ପରେ ଓମକାର ସିଂହ ଚାରି ପୁଅଙ୍କର ପିତା ,ସେ ଗୋଟିଏ ଅଟୋରେ ଗୁଡ଼ି ବାଈଙ୍କୁ ଘରକୁ ନେଇ ଆସିଲେ ଓ ଏକ ସହିତ ରହିବ ପାଇଁ ଇଛା ପ୍ରକାଶ କରିଥିଲେ l ଏହା ପରେ ଗାଁ ଲୋକ ,ତାଙ୍କ ପୁଅ ବୋହୁ ସମସ୍ତେ ମିଶି ତାଙ୍କର ବିବାହ କରାଇଦେବା ପାଇଁ ନିଷ୍ପର୍ତ୍ତି ନେଲେ l ଏହି ବାହାଘରେ ଓମକାର ସିଂହଙ୍କର ବନ୍ଧୁ ବାନ୍ଧବ ଓ ପୁଅ ବୋହୁ ସମସ୍ତେ ଉପସ୍ଥିତ ଥିଲେ l ତାଙ୍କ ସହିତ ଗାଁ ର ସରପଞ୍ଚ ଓ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିଥିଲେ l ଏହି ବିଭାଘରଟିକୁ ନାଚ ଗୀତ ସହିତ ସମସ୍ତେ ଧୁମ ଧାମରେ ଉପଭୋଗ କଲେ l ଗୁଡ଼ି ବାଇଙ୍କର ମଧ୍ୟ ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି l ୩ ବର୍ଷ ପୂର୍ବରୁ ଓମକାର ସିଂହଙ୍କର ପତ୍ନୀଙ୍କର ମୃତ୍ୟୁ ହୋଇଥିଲା l

Leave A Reply