Odisha news

ଡେରାବିଶ : ବସ୍ ବାଇକ୍ ଦୁର୍ଘଟଣା, ୨ ଗୁରୁତର

0

ଡେରାବିଶ :  ଡେରାବିଶ ବ୍ଳକ ଚାନେ୍ଦାଳ ପଂଚାୟତ ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜରାସ୍ତାର ଗଣେଶପୁର ଛକ ନିକଟରେ ଆଜି ବସ୍ ସହିତ ବାଇକ୍ ଧକ୍କାରେ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନାରୁ ପ୍ରକାଶ ଆଜି ପୂର୍ବାହ୍ନରେ ଗରଦପୁର ବ୍ଳକ ତଳକୁସୁମା ଅଂଚଳର ଜଣେ ମହିଳା ତାଙ୍କ ପୁଅଙ୍କ ସହିତ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁସୁନୁପୁର ଗ୍ରାମସ୍ଥିତ ନିଜ ବାପଘରକୁ ବୁଲି ଆସିଥିଲେ ।

ମହିଳାଙ୍କ ପୁଅ ବାଇକ୍ ଚଳାଉଥିବାବେଳେ ଉଭୟ କୁସୁନୁପୁରରୁ ଫେରି କଟକ-ଚାନ୍ଦବାଲି ରାଜରାସ୍ତାକୁ ଉଠିବା ବେଳେ କଟକ ଆଡ଼ୁ ଆସୁଥିବା ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ରାସ୍ତା ଉପରେ ପଡ଼ି ଗୁରୁତର ହୋଇପଡ଼ିଥିଲେ । ଉଭୟଙ୍କୁ ସଙ୍ଗେ ସଙ୍ଗେ ନିଶ୍ଚିନ୍ତକୋଇଲି ଅଗ୍ନିଶମ କର୍ମଚାରୀମାନଙ୍କ ସହାୟତରେ ଉଦ୍ଧାର କରାଯାଇ ନିଶ୍ଚିନ୍ତକୋଇଲି ଚିକିତ୍ସାକେନ୍ଦ୍ରରେ ଭର୍ତି କରାଯାଇଥିବା ଜଣାପଡ଼ିଛି ।

Nalco
Leave A Reply