ରଣପୁର : ପୁର୍ତ୍ତ ବିଭାଗ ଓ ଏନ୍.ଏ.ସି ର ଉଦାସିନତା ମନଭାବ ଯୋଗୁଁ ନିର୍ମାଣ ହୋଇପାରୁନି ଡ୍ରେନ୍ ,ମାନ୍ୟ ବର୍ଷାହେଲେ ଘରେ ପଶୁଛି ପାଣି
ରଣପୁର : ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱଛ ଓ ନିର୍ମଳକୁ ପ୍ରାଧାନ୍ୟ ଦେଇ ସ୍ୱଛ ଭାରତ ମିଶନ୍ ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ରଣପୁର ଏନ୍.ଏ.ସି ଏବଂ ପୁର୍ତ୍ତ ବିଭାଗ ମଧ୍ୟରେ ତାଳମେଳ ଅଭାବ ହେତୁ ଦୀର୍ଘଦିନ ଧରି ରଣପୁର ଏନ୍.ଏ.ସି ଅନ୍ତର୍ଗତ ୨ନମ୍ବର ୱାର୍ଡର ମେଡିକାଲ ଛକଠାରୁ ମୋଚିସାହି ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ଘରପାଶ୍ୱର୍ ଥିବା ଡ୍ରେନ ଟି ପୋତିହୋଇ ପଡି ରହିଛି ।
ଯାହାକୁ ନେଇ ସ୍ଥାନୀୟ ୱାର୍ଡ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ଏବଂ ସାମାନ୍ୟ ବର୍ଷାହେଲେ ବର୍ଷାଜଳ ଘର ଭିତରେ ପଶୁଥିବା ବେଳେ ଘରର ବ୍ୟବହୃତ ହେଉଥିବା ପାଣି ନିଷ୍କାସନ ହୋଇ ନପାରି ଘର ଆଗ ସାମ୍ନାରେ ଜମି ରହିବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହିତ ଦୁର୍ଗନ୍ଧ ହେଉଥିବା ବେଳେ ପୋକଜୋକ ଆଦି ହୋଇ ଘର ଭିତରକୁ ପଶୁଥିବାର ଜଣା ପଡିଛି ।
ଯାହା ଫଳରେ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ୨ ନମ୍ବର ୱାର୍ଡର ବାସିନ୍ଦାମାନେ ସ୍ଥାନୀୟ ଏନ୍.ଏ.ସି ଅଫିସ୍ଠାରୁ ଧରି ପୁର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଏବଂ ବିଧାୟକଙ୍କ ପର୍ଯ୍ୟନ୍ତ ନୁତନ ଡ୍ରେନ୍ ନିର୍ମାଣ ପାଇଁ ଗୁହାରି କରୁଥିଲା ବେଳେ ପ୍ରତିଶୃତି ପରେ ପ୍ରତିଶୃତି ଦେଉଥିଲେ ମଧ୍ୟ ଉକ୍ତ ଡ୍ରେନ୍ ଟି ନିର୍ମାଣ କରାଯାଉ ନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।
ଯାହା ଫଳରେ ଆଗାମୀ ଦିନରେ ଯଦି ଡ୍ରେନ୍ ଟି ନିର୍ମାଣ କରାନଯାଏ ସ୍ଥାନୀୟ ୨ ନମ୍ବର ୱାର୍ଡର ବାସିନ୍ଦାମାନେ ରାସ୍ତା ରୋକ୍ କରିବେ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି । ତେବେ ଏ ସମ୍ପର୍କରେ ରଣପୁର ପୁର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁଙ୍କୁ ପଚାରିବାରୁ ଆଲର୍ଟମେଣ୍ଟ ନଥିବାରୁ କାର୍ଯ୍ୟ ହୋଇପାରୁନାହିଁ । ନୁତନ ଆଲର୍ଟମେଣ୍ଟ କରି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।