କୁଜଙ୍ଗ ; ଜୁଲାଇ ପହିଲା ହେଲା । ମାତ୍ର ବର୍ଷାର ଦେଖା ନଥିବା ବେଳେ କୁଜଙ୍ଗ କ୍ଲକ୍ର ବହୁ ଶାଖା କେନାଲରେ ଜଳସେଚନ ପାଇଁ ପାଣିର ଦେଖା ମିଳୁନୁ । ଏହି ନେଇ ଚାଷୀ ମହଲରେ ହତାଶା ଦେଖିବାକୁ ମିଳିଥିବା ବେଳେ କୁଜଙ୍ଗ ଅଂଚଳର ଚାଷୀ ମାନେ ତଳିଘେରା ପ୍ରସ୍ତୁତି କରିପାରିଲେନି । ଯେଉଁ କତେକ ଚାଷୀ ତଳି ଘେରା କରିଥିଲେ ସେମାନେ ଅଦିନିଆ ଲଘୁଚାପ ବର୍ଷାରେ ବହୁ ପରିମାଣର ଧୋଇ ହୋଇ ଯାଇଥିଲା । ଏହା ପରେ ଯେଉଁ ଚାଷୀମାନେ ପୁଣି ବିହନ ମୁଣିଥିଲେ ତାହା ଜଳ ଅଭାବରୁ ମରିବାକୁ ମସିଲାଣି ।
ଏହି ଅବସରରେ କୁଜଙ୍ଗ ବ୍ଲକ୍ର ବହୁ ଶାଖା କେନାଲରେ ପାଣି ଅସୁନଥିବା ବେଳେ ଏବେ ଚାଷୀ ଚାତକ ପରି ବର୍ଷାକୁ ଚାହିଁ ରହିଛି ବୋଲି ଜନପାଳର ପ୍ରମୁଖ ଧାନ ଚାଷୀ ଭୋଳାନାରଥ ମଲ୍ଲିକ୍, ପଙ୍କପାଳ ସେବା ସମବାୟ ସମିତିର ପ୍ରାକ୍ତନ ସଭାପତି ପ୍ରଦୀପ୍ତ ମହାପାତ୍ର, ଅମରେଶ ମଲ୍ଲ, ରମେଶ ଦାଶ, ସମୀର କୁମାର ମଲ୍ଲ ପ୍ରମୁଖ ଅଭିଯୋଗ କରିଛନ୍ତି । କୁଜଙ୍ଗ ବ୍ଲକ୍ର ରାହାମା ମହାନଦୀ ପୋଲ ନିକଟରୁ ବାହାରିଥିବା ୧୩(ଗ)ର ଶାଖା କେନାଲ ସାଇଲୋ, ପଙ୍କପାଳ, ଗରେଇ, ପୋତାନଈ,ଅଗପାଳ, ପାଟପୁର ପଂଚାୟତର ବହୁ ଚାଷଈ ନିର୍ଭର କରନ୍ତି । ଏହି କେନାଲରେ ପାଣିତ ଅସୁନାହିଁ କେନାଲଟି ଏପର୍ଯ୍ୟନ୍ତ ବି ସଫା ହୋଇନଥିବା ବେଳେ ଆଜି ଜଣେ ଚାଷୀ ନିଜ ତଳିମୁଣ୍ଡାକୁ ବଂଚାଇବାକୁ ଯାଇ ପମ୍ପ ଦ୍ୱାରା ପାଣି ଉଠାଉଥିବା ଦେଖିବାକୁ ମିଳିଛି । କେବଳ ବଣିକୁନ୍ଦ ଅଂଚଳରେ ଏହି ସମାସ୍ୟ ନୁହେଁ ବରଂ ବ୍ଲକ୍ର ବହୁ ଅଂଚଳରେ ଏହିପରି ସମାସ୍ୟା ଦେଖା ଦେଇଛି ।
ପ୍ରକାଶଯେ କୁଜଙ୍ଗ ବ୍ଳକରେ ମୋଟ ଭାବେ ୧୫ହଜାର ୧୪୭ ହେକର୍ଟ ଚାଷଜମି ରହିଛି । ସେଥିମଧ୍ୟରୁ ଗତବର୍ଷ ୧୩ ହଜାର ୫୭୦ ହେକ୍ଟର ଜମିରେ ଚାଷକାର୍ଯ୍ୟ କରାଯାଇଥିବା ବେଳେ ଚଳିତବର୍ଷ ୧୪ ହଜାର ୨୦୦ ହେକ୍ଟର ଜମିରେ ଚାଷକାର୍ଯ୍ୟ ଆରମ୍ଭ କରାଯାଇଛି । ସେଥିମଧ୍ୟରୁ ୪ ହଜାର ୩୧୫ଚ ହେକ୍ଟର ଜମିରେ ବୁଆ ବିହନ ପଡ଼ିଥିବାବେଳେ ଅବଶିଷ୍ଟ ଜମିରେ ବଳି ବିହନ ରୁଆଯିବ । ଏଥିପାଇଁ ଚାଷୀମାନେ ବିହନ ବୁଣାକାର୍ଯ୍ୟ ସମାପନ କରିଛନ୍ତି । ବିଶେଷଭାବେ ଖାଲ ବିଲରେ ବର୍ଷା, ସାରଳା, ପୂଜା ଆଦି ଚାଷ କରାଯାଉଥିବାବେଳେ ଉଚ୍ଚ ଜମିରେ ମୃଣାଳିନୀ, ୧୦୧୮,ସ୍ୱଣ୍ଣ, ୧୦୦୯ ସବ୍ ୧, ଉପହାର ଆଦି ବିହନ ଚାଷ କରାଯାଉଛି । ଚାଷୀମାନେ ଏଠାରେ ବିହନ ବୁଣା କାର୍ଯ୍ୟ ସଠିକ ସମୟରେ ଶେଷ କରିଥିଲେ । ମାତ୍ର ବର୍ଷା ଅଭାବ ଯୋଗୁ ବହୁ ତଳି ମୁଣ୍ଡା ମରିବାକୁ ବସିଥିବା ବେଳେ ତେତକ କେନାଲରେ ଚାଷ ପାଇଁ ଜଳର ଦେଖା ନଥିବା ଅଭିଯୋଗ ହୋଇଛି ।