Odisha news

କୁଜଙ୍ଗ : ନୂତନ ସବ୍-ରେଜିଷ୍ଟ୍ରାର ଗୃହ ଶିଳାନ୍ୟାସ

0

କୁଜଙ୍ଗ :  କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜଗତ୍ସିଂହପୁର ଜିଲ୍ଲାର ଜମିଜମା କିଣାବିକା ସଂକ୍ରାନ୍ତିୟ ଉପନିବନ୍ଧକ ଅର୍ଥାତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ନୂତନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କୋଭିଡ୍ କଟକାଣା ସତ୍ତ୍ୱେ ଏହି ନିରାଡମ୍ବର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଜଳସଂପଦ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସମ୍ମାନୀତ ଅତିଥି ରୂପେ ଜଗତ୍ସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ୱିପ ବିଧାୟକ ସମ୍ବିତ ରାଉତରାୟ, ଜଗତ୍ସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର, ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟ ଦର୍ଶୀନି, କୁଜଙ୍ଗର ଅତିରିକ୍ତ ତହସିଲଦାର ତଥା ବିଡିଓ ଦାୟିତ୍ୱରେ ଥିବା ପୂଜାଲେଙ୍କା ପ୍ରମୁଖ ନଡିଆ ଭାଙ୍ଗି ଶୀଳାନ୍ୟାସ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟଉନୟନ ବିଭାଗର ଏସ୍ଡିଓ  ସତ୍ୟଜିତ ରାୟଗୁରୁ, ନିର୍ବାହୀ ଅଧିକାରୀ ଅନନ୍ତ ଗୋପାଳ ଶତପଥୀ, ସାଂସଦଙ୍କ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ, ବିଧାୟକ ପ୍ରତିନିଧି ନୀରଞ୍ଜନ ପ୍ରଦାନ, ଅରୂପ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।  ଆସନ୍ତା ଡିସେମ୍ବର ୨୩ ତାରିଖ ସୁଧା କାର୍ଯ୍ୟ ସାରିବା ପାଇଁ ସରକାରୀ ଆଦେଶନାମା ଥିବା ସମୟରେ ନିର୍ଦ୍ଧାରିତ ସମୟ ଭିତରେ  କାର୍ଯ୍ୟସମ୍ପନ କରିବାକୁ ଜିଲାପାଳ ବୀଭାଗିୟ ଅଧିକାରୀଙ୍କୁ  ଦେଇଛନ୍ତି । ଏହି ଉତ୍ସବରେ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଂଜନ ବେହେରାଙ୍କ ସହ ବହୁ ସରପଂଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ । ଦୀର୍ଘଦିନଧରି ଦାବି ହେଉଥିବା କୁଜଙ୍ଗ ସବ୍-ରେଜିଷ୍ଟ୍ରାର କାର୍ଯ୍ୟଳୟ ନୂତନ ଗୃହ ନିର୍ମାାଣ ପାଇଁ ହୋଇଥିବା ଅର୍ଥ ମଞ୍ଜୁରିକୁ ସ୍ଥାନୀୟ ଅଧିବାସୀ ଜିଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.