Odisha news

ବାରିପଦା : ପିଆରଏମରେ ବିବାଦ ପିଛା ଛାଡୁନାହିଁ : ଜଣେ ବୃଦ୍ଧ ଓ ନବଜାତ ଶିଶୁଙ୍କର ଚିକିତ୍ସା ଅବହେଳାରୁ ମୃତୁ୍ୟ ଅଭିଯୋଗ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ଗରିବ ଆଦିବାସୀ ଜନସାଧାରଣମାନଙ୍କୁ ଉନ୍ନତମାନର ଚିକିତ୍ସା  ପ୍ରଦାନ କରାଯିବା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା । ମାତ୍ର ଚିକିତ୍ସ୍ୟକ  ସେବା ସୁଧୁରିବା ବଦଳରେ ଦିନକୁ ଦିନ ଚିକିତ୍ସା  ସେବା ବିଗିଡିବାରେ ଲାଗିଛି । ବୁଧୁବାର ଜଣେ ନବଜାତ ଶିଶୁ ଓ ଜଣେ ବୃଦ୍ଧଙ୍କର ଚିକିତ୍ସା  ଅବହେଳାରୁ ମୃତୁ୍ୟ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି, ଫଳରେ ବିବାଦର ପିଛା ଛାଡୁନାହିଁ ପିଆରଏମରେ ।

ଅଭିଯୋଗ ଅନୁଯାୟୀ, ବଡସାହି ଥାନା ଅନ୍ତର୍ଗତ ବେଲପାହାଡି ଗ୍ରାମର କାନ୍ଦ୍ରା ହାଁସଦାଃ(୭୦)ଙ୍କର ଦେହ ଅସୁସ୍ଥ ହେବାପରେ ତାଙ୍କୁ ଚିକିତ୍ସା ପାଇଁ ପିଆରଏମ ଅଣାଯାଇଥିଲା ଓ ସେଠାରେ ତାଙ୍କ ଚିକିତ୍ସା  କରିବାରେ ବିଳମ୍ବ କରାଯିବା ସହ ଏକ୍ସରେ କରାଯିବା ପାଇଁ ବିଳମ୍ବରେ ପଠାଯିବାରୁ ଏକ୍ସରେ ରୁମରେ ତାଙ୍କର ମୃତୁ୍ୟ ଘଟିଥିଲା । ଏନେଇ ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ମୃତକଙ୍କ ଶବକୁ ପିଆରଏମରେ ମୁଖ୍ୟଫାଟକରେ ରଖାଯାଇ ବିକ୍ଷୋଭ କରାଯାଇଥିଲା ।

ସେହିପରି ଜାମଦା ଥାନା ମଧୁପୁର ଗ୍ରାମର ବିଶ୍ୱନାଥ କିସ୍କୁଙ୍କ ସ୍ତ୍ରୀ ରାଣୀ କିସ୍କୁଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ପିଆରଏମରେ ଭର୍ତ୍ତି କରାଯାଇଥିଲା । ମାତ୍ର ସଠିକ୍ ଚିକିତ୍ସା  ଅବହେଳାରୁ ତାଙ୍କର ନବଜାତ ଶିଶୁର ମୃତୁ୍ୟ ଘଟିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଦୁଇଟି ଘଟଣା ଘଟିବା ପରେ ପିଆରଏମରେ ଚିକିତ୍ସା ସେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ପିଆରଏମ ମେଡିକାଲ କଲେଜ ଡେପୁଟି ସୁପରିଟେଣ୍ଡେଣ୍ଟ ଓ ସିଡିଏମଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଅଭିଯୋଗକୁ ନେଇ କୌଣସି ଉତ୍ତର ରଖିନଥିଲେ ।

Leave A Reply

Your email address will not be published.