Odisha news

କରୋନା ଯୋଦ୍ଧା କରୋନାରେ ଚାଲିଗଲେ

0

ଡେରାବିଶ ୧୭/୯ – ଡେରାବିଶ ବ୍ଳକ ଚାନେ୍ଦାଳ ପଂଚାୟତ ଅନ୍ତର୍ଗତ ଗଣେଶପୁର ଗ୍ରାମର ବାବୁଲି ଲେଙ୍କା (୫୯) ପୋଲିସ୍ ବିଭାଗରେ କଟକରେ କାର୍ଯ୍ୟରତ ଥିଲେ ।

ଆସନ୍ତା ଡିସେମ୍ବର ମାସରେ ଚାକିରୀରୁ ଅବସର ନେବାକୁଥିବା ଥିବା ଶ୍ରୀ ଲେଙ୍କା କରୋନା ଯୋଦ୍ଧା ଭାବରେ କାର୍ଯ୍ୟ କରୁଥିବା ସମୟରେ ନିଜେ କରୋନାରେ ଆକ୍ରାନ୍ତ ହୋଇ କଟକ ବଡ଼ମେଡ଼ିକାଲ୍ର କୋଭିଡ଼୍ ହସପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଆଜି ତାଙ୍କ ମରଶରୀରକୁ କୋଭିଡ଼୍ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯିବା ସହିତ ତୋପ ସଲାମି ଦେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ମୃତୁ୍ୟରେ ନିଜ ଗ୍ରାମର ଗଣେଶପୁର ସମେତ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି

Leave A Reply