Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ ପାଳନ ଅବସରରେ ସୁରଟରେ ବିଶାଳକାୟ କେକ

0

ସୁରଟ: ଆଜି (ସେପ୍ଟେମ୍ବର,୧୭, ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ ପାଳନ ଅବସରରେ ଗୁଜୁରାଟର ସୁରଟରେ ଥିବା ଏକ ବେକେରି ୭୭୧ କିଲୋଗ୍ରାମ ଓଜନ ବିଶିଷ୍ଟ ୭୧ ଫୁଟ ଲମ୍ବର ଏକ କେକ୍‌ ତିଆରି କରିଛି। ‘କରୋନା ଯୋଦ୍ଧା’ ଥିମ୍‌ ଆଧାରରେ ପ୍ରସ୍ତୁତ ଏହି କେକ୍‌କୁ ପିଲାମାନଙ୍କ ମଧ୍ୟରେ ବାଣ୍ଟିବାକୁ ସ୍ଥିର ହୋଇଛି।

ଉତ୍ସବର ଏକ ଅଂଶ ଭାବରେ ବେକେରିରେ ଏକ ଡିଜିଟାଲ୍‌ ଇଭେଣ୍ଟ ମଧ୍ୟ ଆୟୋଜିତ ହେବ ଯେଉଁଥିରେ କେକ୍‌ର କିଛି ଅଂଶ ବେକେରିର ଅନେକ ଆଉଟଲେଟଗୁଡ଼ିକରେ ବିକ୍ରି ହେବ ଏବଂ କେକ୍‌ କାଟିବା ସମାରୋହ ଡିଜିଟାଲ୍‌ ଭାବରେ ଅନୁଷ୍ଠିତ ହେବ। ବିଗତ ତିନିବର୍ଷ ଧରି ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ବ୍ରେଡଲିନର୍‌ ବେକେରି ଦ୍ୱାରା ସାମାଜିକ ସଚେତନତା କାର୍ଯ୍ୟକ୍ରମ ସହିତ ପାଳନ କରାଯାଉଛି ବୋଲି ଏହି କାର୍ଯ୍ୟକ୍ରମର ଆୟୋଜକ ନୀତୀନ ପଟେଲ କହିଛନ୍ତି।

ଚଳିତ ବର୍ଷ କରୋନାଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଏହି କେକ୍‌କୁ ‘କରୋନା ଯୋଦ୍ଧାମାନଙ୍କ ପାଇଁ କେକ୍‌’ ନାମରେ ନାମିତ କରାଯାଇଛି। ସାମାଜିକ ଦୂରତା ତଥା ସମସ୍ତ ସତର୍କତା ଅବଲମ୍ବନ ପୂର୍ବକ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ କେକ୍‌ କାଟିବା ସମାରୋହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୨୦ ଜଣ କରୋନା ଯୋଦ୍ଧା ମଧ୍ୟ ଉପସ୍ଥିତ ଥିଲେ। ଏହି କରୋନା ଯୋଦ୍ଧାଙ୍କ ମଧ୍ୟରେ ମିଡିଆ, ପୁଲିସ, ପ୍ଲାଜମା ଦାତା ଏବଂ ଡାକ୍ତର ସାମିଲ ଥିଲେ।

ଏହି କାର୍ଯ୍ୟକ୍ରମର ଆୟୋଜକ ଶ୍ରୀ ପଟେଲ କହିଛନ୍ତି, ପ୍ରଥମେ, ଆମେ ଏହି କେକ୍‌ ପିଲାମାନଙ୍କ ମଧ୍ୟରେ ବଣ୍ଟନ କରିବୁ। ପରେ ଅବଶିଷ୍ଟ କେକ୍‌ ପ୍ରତ୍ୟେକକୁ ୫୦୦ ଗ୍ରାମ ଖଣ୍ଡରେ ବିଭକ୍ତ କରାଯିବ ଏବଂ ଭାପି ଠାରୁ ଭଦୋଦାରା ପର୍ଯ୍ୟନ୍ତ ସମସ୍ତ ବେକେରି ଆଉଟଲେଟରେ ଏହା ଉପଲବ୍ଧ ହେବ। ଯାହାକୁ ଲୋକମାନେ ନିଜ ନିଜ ଘରକୁ ନେବେ ଡିଜିଟାଲ୍‌ କାର୍ଯ୍ୟକ୍ରମର ସଂଯୋଗ ହେବାବେଳେ ଏହାକୁ ସେମାନଙ୍କ ଘରୁ କାଟିବେ।

Nalco
Leave A Reply