ଡେରାବିଶ : ଡେରାବିଶ ବ୍ଲକ ଚାନେ୍ଦାଳ ପଂଚାୟତ ଅନ୍ତର୍ଗତ ଚାନେ୍ଦାଳ ବଜାର ସ୍ଥିତ ମା’ ବାସନ୍ତୀ ପୂଜା ମଣ୍ଡପରେ ପଂଚାୟତ ସ୍ତରୀୟ କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସରପଂଚ ଅନୂପମା ଷଢ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ସମିତିସଭ୍ୟ ମଧୁସୂଦନ ଘଡ଼େଇ ମୁଖ୍ୟ ଅତିଥି ଓ ବ୍ଲକ ନୋଡ଼ାଲ୍ ଅଫିସର ପ୍ରଜ୍ଞା ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।
ବର୍ତମାନ ପରିସ୍ଥିତିରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ଅପେକ୍ଷା ଲୋକାଲ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଗ୍ରାମାଂଚଳରେ ଆତଙ୍କ ସୃଷ୍ଟି କରିଛି । ଏଥିପାଇଁ ଗ୍ରାମାଂଚଳରେ ଜନସାଧାଣ ଅଧିକ ସଚେତନ ହେବା ସହିତ କରୋନା ପାଇଁ ସରକାରଙ୍କ ଦ୍ୱାରା ଜାରିହୋଇଥିବା ସତର୍କତାକୁ କଡ଼ାକଡ଼ି ପାଳନ କରିବା ପାଇଁ ଏହି ଶିବିରରେ ଉପସ୍ଥିତ ପଂଚାୟତର ସମସ୍ତ ୱାର୍ଡ଼ସଭ୍ୟସଭ୍ୟା ଅଙ୍ଗନୱାଡ଼ି ଓ ଆଶାକର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ବିଶେଷ କରି ମାକ୍ସ ବାନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଥିଲା
