Odisha news

ଡେରାବିଶରେ ଜଣେ କରୋନା ଆକ୍ରାନ୍ତ : ଦୁଇଟି ୱାର୍ଡ଼ ୪୮ ଘଂଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

0

ଡେରାବିଶ :  ମହାମାରୀ କରୋନା ଚଳିତ ଜୁଲାଇ ମାସରେ ସାରା ରାଜ୍ୟରେ ଭୀଷଣ ଭାବେ ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଡେରାବିଶ ବ୍ଳକ ଅଧୀନ ଖମୋଳ ପଂଚାୟତରେ କରିମୂଳ ଗାଁରେ ଜଣେ ୩୪ ବର୍ଷୀୟ ମହିଳାଙ୍କ ଠାରେ ସୋମବାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଂଚାୟତର ୬ ନଂ ଓ ୭ ନଂ ୱାର୍ଡ଼କୁ ୪୮ ଘଂଟା ପାଇଁ କଂଟେନ୍ମେଂଟ ଯୋନ୍ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ ସକ୍ତୃକ୍ତ ମହିଳା ଜଣକ ଗତ ସପ୍ତାହରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସମ୍ପୃକ୍ତ ୱାର୍ଡ଼ରୁ ୧୫ ଜଣ କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ । ସମ୍ପୃକ୍ତ ମହିଳା ଜଣକ କର୍କଟ କେନ୍ଦ୍ରରୁ ଡିସ୍ଚାର୍ଜ ହୋଇ ନିଜ ଘରେ ସଙ୍ଗରୋଧରେ ଥିଲେ । କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳାଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ରକ୍ତ ନମୁନାରୁ ପଜେଟିଭ୍ ବାହାରିବା ପରେ ଆଜି ତାଙ୍କୁ ଏହି ବ୍ଳକ ଅଧୀନ ଛତାସ୍ଥିତ କୋଭିଡ଼୍ ହସପିଟାଲ୍କୁ ପଠାଯାଇଥିଲା ।

ତେବେ ମହିଳାଙ୍କ ସଂସ୍ପର୍ଶରେ ତାଙ୍କ ପରିବାର ସମେତ ଗ୍ରାମର କିଛି ବ୍ୟକ୍ତି ଆସିଥିବାରୁ ସେମାନଙ୍କ ନମୁନା ପରୀକ୍ଷା କରାଯିବା ପାଇଁ ୬ ନଂ ଓ ୭ ନଂ ୱାର୍ଡ଼କୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦେ୍ର୍ଦଶ କ୍ରମେ ଖମୋଳ ସରପଂଚ ଲିଲିମା ପରିଡ଼ା କଂଟେନ୍ମେଂଟ ଯୋନ୍ ଘୋଷଣା କରିଛନ୍ତି । ଡେରାବିଶ ଅଗ୍ନିଶମ ବିଭାଗ ପକ୍ଷରୁ ସମ୍ପୃକ୍ତ ଗ୍ରାମର ଦୁଇଟି ୱାର୍ଡ଼କୁ ସାନିଟାଇଜ୍ କରାଯାଉଥିବା ବେଳେ ଥାନା ଅଧିକାରୀ ଉମାକାନ୍ତ ନାୟକ ଓ ବିଡ଼ିଓ ଗୋପବନ୍ଧୁ ଭୋସାଗର, ଏବିଡ଼ିଓ ଭଞ୍ଜ କିଶୋର ନାୟକ ପ୍ରମୁଖଙ୍କ ଉପସ୍ଥିତରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଆଜି ସନ୍ଧ୍ୟା ୫ଟାରୁ ବୁଧବାର ସନ୍ଧ୍ୟା ୫ଟା ଯାଏ ଏହା ବଳବତର ରହିବ ବୋଲି ବିଡ଼ିଓ ଭୋସାଗର ସୂଚନା ଦେଇଛନ୍ତି ।

 

Leave A Reply