କରୋନା ସଂକ୍ରମଣ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କଲେ ବିଧାନସଭାର ଉପ-ବାଚସ୍ପତି
ଅନୁଗୁଳ: କରୋନା ଭଳି ଦୁର୍ବିପାକର ସଠିକ୍ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗତକାଲି ଅପରାହ୍ନରେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମର ସଠିକ୍ କାର୍ଯ୍ୟକାରିତାକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଳେ । ଏହି ବୈଠକରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟ ଓ ଅନୁଗୁଳ ପୋ÷ରପାଳିକାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ । ଏକ ପ୍ରାକ୍-ଆକଳନ ଅନୁଯାୟୀ ଓଡିଶା ବାହାରେ ଥିବା ପ୍ରାୟ ୧୫ ହଜାରରୁ ୧୭ ହଜାର ଓଡିଆ ଅନୁଗୁଳ ଜିଲ୍ଲାକୁ ଆସିବାର ସମ୍ଭାବନା ରହିଛି । ଆସନ୍ତା ମାସ ୩ ତାରିଖରେ ତାଲାବନ୍ଦ ଉଠିଯିବାର ସମ୍ଭାବନା ଥିବାରୁ ଏହି ଓଡିଆ ମାନେ ଜିଲ୍ଲା ମଧ୍ୟକୁ ପ୍ରବେଶ କରିବେ । ସମସ୍ତଙ୍କ ପାଇଁ ପଜିଂକରଣ ବାଧ୍ୟତାମୂଳକ କରିବା ସହ ଆସନ୍ତା ମାସ ୩ରୁ ୫ ତାରିଖ ସୁଦ୍ଧା ସମସ୍ତ ପ୍ରକାର ଆନୁସଙ୍ଗୀକ ବ୍ୟବସ୍ଥା ସାରିବାକୁ ସେ ପରାମର୍ଶ ଦେଇଛନ୍ତି । ସମସ୍ତ ପଚାଂୟତ ଗୁଡିକରେ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଗୁଡିକରେ ଆବଶ୍ୟକୀୟ ଆନୁସଙ୍ଗୀକ ବ୍ୟବସ୍ଥା କରିବା ସହ ଏହାକୁ ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିୟୋଜିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଓଡିଆ ମାନଙ୍କର ସଠିକ୍ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ନିଜ ନିଜ ପଚାଂୟତରେ ସଙ୍ଗରୋଧରେ ରହିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ଉପସ୍ଥିତ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।