ଡେଲାଙ୍ଗ, ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଯୁବକ ସଂଘ ଆନୂକୁଲ୍ୟରେ ଗ୍ରାମରେ ଥିବା ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ ଓ ମେଡିସିନ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବରିଷ୍ଠ ନାଗରିକ ରମାନାଥ ମିଶ୍ର ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ମୋଟ ୧୨୭ ଜଣ ବ୍ୟକ୍ତି ନିଜର ପରୀକ୍ଷା କରାଇଥିଲେ।ଏହିଶିବିରରେ ମଧୁମେହ, ଅସ୍ଥିସାନ୍ଧ୍ରତା ପରୀକ୍ଷା କରାଯିବା ସହ ସେମାନଙ୍କୁ ପରାମର୍ଶ ଦିଆଯିବା ସହ ମେଡିସିନ ପ୍ରଦାନ କରାଯାଇଥିଲା ଏହି ଶିବିରରେ ପ୍ରଫେସର ଡକ୍ଟର ହରପ୍ରସାଦ ମିଶ୍ର, ପ୍ରଫେସର ଡକ୍ଟର ଦେବ ପ୍ରସାଦ ଦାଶ, ପଅଫେସର ଡକ୍ଟର ସୁଜିତ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହି ସ୍ୱାସ୍ଥ୍ୟ ଶିବିରକୁ ଡାବର, ଟୁଲିପ ଆଦି କମ୍ପାନୀ ସହଯୋଗ କରିଥିଲେ । ଯୁବକ ସଂଘର ସଦସ୍ୟ ଅସୀତ କୁମାର ମିଶ୍ର, ନିରଞ୍ଜନ ମିଶ୍ର, ସୋମନାଥ ମିଶ୍ର ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।
Comments are closed.