Odisha news

ବୋରିଗୁମ୍ମା ବ୍ଲକ ର ବିଭିନ୍ନ ସ୍ଥାନରେ ଅବକାରୀ ଚଡ଼ଉ। ୪୪୫୦ ଲିଟର ପୋଚ ନଷ୍ଟ : ୫୪୦ ଲିଟର ଦେଶୀ ମଦ ଜବତ

ବୋରିଗୁମ୍ମା (କେ.ସାକିଲି ଦୋରା)— କୋରାପୁଟ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବୋରିଗୁମ୍ମା ବ୍ଲକ ର ବିଭିନ୍ନ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଚଡଉ ହୋଇଥିଲା। କୋରାପୁଟ ଅବକାରୀ ଅଧିକ୍ଷକ ଲଷ୍ମୀଧର ପରିଡା ଆଦେଶ କ୍ରମେ ଅବକାରୀ ଓ ପୋଲିସ ବୋରିଗୁମ୍ମା ବ୍ଲକ ର ଦେଶୀ ମଦ ର କୁଟୀର ଶିଳ୍ପ କୁହାଯାଉଥିବା ଲୋଦିଯୋଡି ଓ ହାଟଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ପ୍ରସ୍ତୁତ ନିମନ୍ତେ ପୋଚ କୁ ନଷ୍ଟ କରିଛନ୍ତି ଉଭୟ ପୋଲିସ ଓ ଅବକାରୀ କର୍ମଚାର।ଅତିରିକ୍ତ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ ଙ୍କ ଉପସ୍ଥିତ ରେ ଅବକାରୀ ଚଡଉ ହୋଇଥିଲା।
ଲୋଦିଯୋଡି ଓ ହାଟଗୁଡା ଓ ବଣ ଜଙ୍ଗଲରେ ଚୋରା ଦେଶୀ ମଦ ପ୍ରସ୍ତୁତ କରି ବ୍ଲକ ର ବିଭିନ୍ନ ଅଞ୍ଚଳକୁ ଚାଲାଣ କରିଥାନ୍ତି। ମୋଟ ୪୪୫୦ ଲିଟର ପୋଚ ନଷ୍ଟ କରିଥିବା ବେଳେ ୫୪୦ ଲିଟର ଚୋରା ଦେଶୀ ମଦ ଜବତ କରିଥିବା ସୂଚନା ଦେଇଛନ୍ତି ବୋରିଗୁମ୍ମା ଭାରପ୍ରାପ୍ତ ଅବକାରୀ କେ.ତ୍ରିପତି ପଟ୍ଟନାୟକ। ତେବେ ଏତେ ବଡ଼ ଅବକାରୀ ଚଡଉ ରେ କୌଣସି ମଦ ମାଫିଆ କୁ ଧରିବାରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ବିଫଳ ହୋଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ଅବକାରୀ ଇନ୍ସପେକ୍ଟର ବିମ୍ବାଧର ପଣ୍ଡା, କୋଟପାଡ଼ ଓ ବୋରିଗୁମ୍ମା ଅବକାରୀ କର୍ମଚାରୀ ଓ ପୋଲିସ ତରଫରୁ ଏ ଏସ ଆଇ ପ୍ରଫୁଲ୍ଲ ସାହୁ ଅବକାରୀ ଚଡଉ ରେ ଯୋଗ ଦେଇଥିଲେ।

Comments are closed.