ଡେଲାଙ୍ଗ,୨୯ା୮ ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦ ଜଳଭଣ୍ଡାରରେ ୪୬ ଗେଟ ଖୋଲିବା ଯୋଗୁ ଦୟା ନଦୀରେ ଜଳସ୍ତର କ୍ରମେସହ ବୃଦ୍ଧି ପାଇଛି । ଯହାଫଳରେ ଡେଲାଙ୍ଗ ଘୋରଡିଆ ପଶ୍ଚମପାଶ୍ୱର୍ରେ ପ୍ରବାହିତ ଦୟାନଦୀରେ ଜଳସ୍ତର ଅହେତୁକ ବୃଦ୍ଧି ପାଇ ବିପଦ ସଂକେତ ଟପି ପ୍ରବାହିତ ହେଉଛି । ଦୟା ନଦୀରେ ବିପଦ ସଂକେତ ଚିହ୍ନ ୬.୨୪ ମିଟର ରହିଥିବା ବେଳେ , ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ନଦୀର ଜଳସ୍ତର ୭.୮୨ ମିଟର ଉପରେ ପ୍ରବହିତ ହେଉଛି ।
ପ୍ରତୀ ଘଣ୍ଠାରେ ଜଳସ୍ତର ବଢିବାରେ ଲାଗିଛି । ଯାହାକି ସ୍ଥାନୀୟ ଅଚଂଳବାସୀଙ୍କ ପାଇଁ ବିପଦ ଦେଖାଦେଇଇଛି । ସୂଚନା ପାଇ ପୁରୀ ଜିଲ୍ଲପାଳ ବଲଓନ୍ତ ସିଂ,ଏସପି ଅଖିଳେଶ୍ୱର ସିଂ, ଡେଲାଙ୍ଗ/ପିପିଲ ବିଡିଓ କ୍ଷିରୋଦ୍ର ପ୍ରଧାନ, ତହସିଲଦାର ରାଜେନ୍ଦ୍ର କୁମାର ଆଚରୀଆ,ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରରଜଂନ ପଟ୍ଟନାୟକ ସମେତ ଜଳସେଚନ ବିଭାଗ ର ଅଧିକାରୀ ଓ ଯନ୍ତ୍ରୀ ଘୋରଡିଆ ଦୟା ସେତୁ ଠାରେ ପହଁଚି ଜିଲ୍ଲାପାଳ ବନ୍ୟାପରିସ୍ଥିତି ଅନୁଧ୍ୟାନ କରି ବା ସହ ଜରୁରୀ ପଦକ୍ଷେପ ନେବା ପାଇଁ ବ୍ଲକ ପ୍ରଶାସନକୁ କହିଥିଲେ । ସେଠାରୁ କଣାସ ବନ୍ୟାସ୍ଥିତି ଦେଖିବାକୁ ଫେରିି ଯାଇଥିଲେ ।