Odisha news

ଅବସରପ୍ରାପ୍ତ ପୋଲିସ୍ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ : କୁଶଭଦ୍ରା ବନ୍ୟା ଜଳରୁ ଉଦ୍ଧାର କଲା ଅଗ୍ନିସମ ବିଭାଗ ଓ ପୋଲିସ୍

0

ଗୋପ,୨୯/୮: ଗୋପ କୁଶଭଦ୍ରା ସେତୁ ନିକଟରେ ଜୈନିକ ଅବସରପ୍ରାପ୍ତ ପୋଲିସ୍ କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଦୀର୍ଘ ୪ କି.ମି. ଦୂର ଅତିକ୍ରମ କରିବା ପରେ ଅଗ୍ନିସମ ବିଭାଗ ଓ ଗୋପ ପୋଲିସ୍ ମିଳିତ ଭାବେ ସଂପୃକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଉଦ୍ଧାର ହୋଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ମାନସିକ ସ୍ଥିତି ସଠିକ୍ ନଥିବା ପୋଲିସ୍ କହିଥିବାବେଳେ ପୂର୍ବରୁ ମଧ୍ୟ ଏପରି ଅନେକ ଉପାୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ପ୍ରକାଶ ଯେ, କଣ୍ଡିଲୋ ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ମହାରଣା ପୋଲିସ୍ ବିଭାଗରେ କାର୍ଯ୍ୟ କରୁଥିବାବେଳେ ସେ କିଛିଦିନ ପୂର୍ବେ ଅବସର ଗ୍ରହଣ କରିଛନ୍ତି ।

ସେ ଗୋପ ଥାନା ଅଧିନ ନାଗପୁର ପଞ୍ଚାୟତ ସ୍ଥିତ ମଲ୍ଲଗ୍ରାମ ଠାରେ ରହିଆସୁଥିବାବେଳେ ବିଭିନ୍ନ ସମୟରେ ପୂଜାର୍ଚ୍ଚନା ଓ ପୂଜା ପାଠ କରିଥାନ୍ତି । ନିକଟରେ ସେ ଏକ ଘରେ କବାଟ ବନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ପୋଲିସ୍ ତାଙ୍କୁ ବନ୍ଦ କୋଠରି ଭିତରୁ ଉଦ୍ଧାର କରିଥିଲା । ଶନିବାର ଗୋବିନ୍ଦ କୁଶଭଦ୍ରା ବ୍ରିଜ୍ ନିକଟରୁ ଏକ ଟୁ୍ୟବ୍ ଯୋଗେ ନଦୀମଧ୍ୟକୁ ପ୍ରବେଶ କରିଥିବାବେଳେ ସେ ଭାସିବାରେ ଲାଗିଥିଲେ । ପରେ ଏହି ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିସମ ବିଭାଗ ପହଞ୍ଚô ଉଦ୍ଧାର କରିବା ଲାଗି ଉଦ୍ୟମ କରିଥିଲେ । ପରେ କୁଶଭଦ୍ରା ସେତୁଠାରୁ ୪କି.ମି. ଦୂର ଅର୍ଥାତ୍ ଷୋଳପୁର ସେତୁ ନିକଟରେ ଗୋବିନ୍ଦକୁ ଉଦ୍ଧାର କରି ଥାନାକୁ ଆଣିଥିଲେ ।

ପରେ ପୋଲିସ୍ ତାଙ୍କୁ ପଚରା ଉଚରା କରିଥିବାବେଳେ ସେ ଦୁଃସାହାସିକ ଜଳକି୍ରଡ଼ା ଲାଗି ଏପରି କରିଥିବା ପୋଲିସି ଆଗରେ ପ୍ରକାଶ କରିଥିବାବେଳେ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୋଗୁଁ ତାଙ୍କର ମାନସିକ ସ୍ଥିତି ସଠିକ୍ ନଥିବା ପୋଲିସ୍ କହିଥିବାବେଳେ ସେ ବ୍ୟବହାର କରିଥିବା ଟୁ୍ୟବ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ୍ ଜବତ କରିଥିବାବେଳେ ଗୋବିନ୍ଦଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply