Odisha news

ମାଧୁରୀ ନାଇକ ହତ୍ୟାର ୫ବର୍ଷ ପରେ ପତ୍ନୀହନ୍ତା ସ୍ୱାମୀ ଗିରଫ

0

ଭଞ୍ଜନଗର : ମାଧୁରୀ ନାଇକ ହତ୍ୟାକାଣ୍ଡର ୫ବର୍ଷ ପରେ ଘଟଣାପର ଠାରୁ ନିଖୋଜ ଥିବା ପତ୍ନୀହନ୍ତା ସ୍ୱାମୀ ରାଜୁ ନାଇକକୁ ଗିରଫ ଶନିବାର ଗିରଫ କରିଛି ତାରାସିଂ ପୁଲିସ । ଆଉ ଗିରଫ ହେବାପରେ ସବୁକିଛି ସତ ଉଗାଳିଛି ହତ୍ୟାକାରୀ ସ୍ୱାମୀ । ଏସଂପର୍କରେ ଗାଲେରୀ ଫାଣ୍ଡି ପରିସରରେର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାରାସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ବିସ୍ତୃତ ସୁଚନା ଦେଇଛନ୍ତି । ମିଳିଥିବା ସୁଚନା ପ୍ରକାରେ ଏହି ଥାନାର ଗାଲେରୀ ଫାଣ୍ଡି ଇଲାକାର ଝାଲିଆଗୋଚ୍ଛା ଗ୍ରାମର ରାଜୁ ନାଇକ(୪୫) ନାମକ ଜଣେ ଯୁବକ ନିଜର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୨ ପୁଅଙ୍କ ଦେଖାଶୁଣା କରିବାକୁ ରୁଢାପଦର ଗ୍ରାମର ବିପ୍ର ନାଇକଙ୍କ ଭୋଉଣୀ ମାଧୁରୀ ନାଇକ(୩୫)ଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

ତେବେ ବିବାହର କିଛିଦିନ ପରେ ମାଧୁରୀ ଝାଲିଆଗୋଛା ଗ୍ରାମରେ ରହିବାକୁ ମନା କରିବାସହ ରାଜୁ ସହ ଝଗଡା କରି ନିଜ ବାପଘର ରୁଢାପଦର ଗ୍ରାମକୁ ଚାଲିଯାଇଥିଲା । ଫଳରେ ରାଜୁ ରୁଢାପଦର ଯାଇ ସେଠାରେ ମାଧୁରୀ ସହ ରହିଥିଲା । ତେବେ ସେଠାରେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରତି କଥାରେ ଗଣ୍ଡଗୋଳ ହେବାରୁ ରାଜୁ ସେଠାରୁ ନିଜ ଗ୍ରାମ ଝାଲିଆଗୋଛା ଫେରିଆସିଥିଲା । ଏହାର କିଛି ଦିନ ପରେ ମାଧୁରୀ ଝାଲିଆଗୋଛା ଆସି ନିଜର ଭୂଲ ପାଇଁ ରାଜୁକୁ କ୍ଷମା ମାଗିବାସହ ଝାଲିଆଗୋଛାରେ ମିଳିମିଶି ରହିବାକୁ ରାଜି ହୋଇଥିଲା । ତେବେ ମାଧୁରୀର ପ୍ରତିକଥା ରାଜୁ ଦେହରେ ବାଣ ଗଳିଲାଭଳି ଲାଗୁଥିବାରୁ ରାଜୁ ମାଧୁରୀକୁ ନିଜ ରାସ୍ତାରୁ ସଫା କରିବାକୁ ଚିନ୍ତା କରିଥିଲା । ଆଉ ଜଙ୍ଗଲକୁ କାଠ କାଟିବାକୁ ଯିବା ବାହାନାରେ ମାଧୁରୀକୁ ନେଇ ଘଞ୍ଚ ଜଙ୍ଗଲକୁ ଯିବାପରେ ସେଠାରେ ତାକୁ ନିଜର ଚଦରରେ ବେକୁ ଚାପିଧରି ମାରିଦେଇଥିଲା । ପରେ କାଳେ ସେ ବଞ୍ଚିଯିବ ସେଥିପାଇଁ ତାକୁ ପାଣି ମଧ୍ୟ ଦେଇଥିଲା ।

ହେଲେ ମାଧୁରୀ ମରିଯାଇଥିବା ଜାଣିବାପରେ ସେଠାରେ ଜଙ୍ଗଲରେ ତାକୁ ଫୋପାଡିଦେଇ ସେ ଫେରାର ହୋଇଯାଇଥିଲା । ଏହି ଘଟଣା ଗତ ୫-୦୨-୨୦୧୫ ତାରିଖରେ ଘଟିଥିଲା । ଆଉ ସେହିଦିନ ଠାରୁ ରାଜୁ ନାଇକ ଫେରାର ଥିଲା । ଅନ୍ୟପକ୍ଷରେ ମାଧୁରୀର ଭାଇ ବିପ୍ର ନାଇକ ଝାଲିଆଗୋଛା ଆସି ଭଣଜାକୁ ଏସଂପର୍କରେ ପଚାରିବାରୁ ପିଲାମାନେ ବାପା ଓ ମାଆ ଦୁହେଁ ଜଙ୍ଗଲକୁ କାଠ ଆଣିବାକୁ ଯାଇ ଆଉ ଫେରିନଥିବା କହିଥିଲେ । ଏସଂପର୍କରେ ବିପ୍ର ନାଇକଙ୍କ ସୁଚନା ପ୍ରକାରେ ତାରାସିଂ ଥାନାରେ କେଶ ନମ୍ବର- ୨/୧୫ ପ୍ରକାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । ଏହାର କିଛି ଦିନପରେ ୨୦/୩/୨୦୧୫ ତାରିଖରେ ଜଙ୍ଗଲରୁ ଏକ କଙ୍କାଳ ଉଦ୍ଧାର କରିଥିଲା ତାରାସିଂ ପୁଲିସ । ଆଉ କଙ୍କାଳର ଏଫଏମଟି ଟେଷ୍ଟ ପରେ ଏହା ଜଣେ ମହିଳାଙ୍କ କଙ୍କାଳ ବୋଲି ଜଣାପଡିଥିଲା ।

ଆଉ ଏହାକୁ ନେଇ ତାରାସିଂ ଥାନାରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର- ୪/୧୫ ପ୍ରକାରେ ରୁଜୁ ହୋଇଥିଲା । ଏହି ଘଟଣାର ୫ବର୍ଷ ପରେ ରାଜୁ ନାଇକ ଝାଲିଆଗୋଛା ଗ୍ରାମକୁ ଫେରିଥିବା ପୁଲିସ ନିକଟରେ ସୁଚନା ମିଳିବାପରେ ତାରାସିଂ ପୁଲିସ ଚଳିତମାସ ୨୬ ତାରିଖ ବିଳମ୍ବିତ ରାତିରେ ଚଢାଉ କରିଥିଲା । ଆଉ ରାଜୁ ନାଇକକୁ ଧରିବାପରେ ୨୭ ତାରିଖରେ ତାକୁ ପଚରାଉଚୁରା କରିବାପରେ ରାଜୁ ସବୁକିଛି ସତ ଉଗାଳିବା ସହ କିଭଳି ହତ୍ୟା ରଚିଥିଲା ତାର ଡେମୋ ପୁଲିସକୁ ଦେଖାଇଥିଲା । ପୁଲିସ ରାଜୁକୁ ନେଇ ଘଟଣାସ୍ଥଳରେ ପହଞ୍ଚିବାପରେ ସେଠାରୁ ମାଧୁରୀର ଗୋଟିଏ ପଟ ପାଉଁଜି ଓ କାନର ଗୋଟିଏ ପଟ ଫୁଲ ଘଟଣାସ୍ଥଳରୁ ପାଇଥିଲା । ଆଉ ପତ୍ନୀ ମାଧୁରୀ ନାଇକଙ୍କୁ ହତ୍ୟା କରିବା ଅଭିଯୋଗରେ ରାଜୁକୁ ଗିରଫ କରିବାସହ ତାରାସିଂ ପୁଲିସ ଶନିବାର ତାକୁ ଭଞ୍ଜନଗର କୋର୍ଟକୁ ଚାଲଣ କରିଥିଲେ । ଆଉ ଜାମିନ ନାମଞ୍ଜୁର କାରଣରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ତାରାସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୁଚନା ଦେଇଛନ୍ତି ।

Leave A Reply