ଡେଲାଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି : ୧୩ ପଜେଟିଭ୍ ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬
ଡେଲାଙ୍ଗ- ଡେଲାଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କମିବାର ନା ଧରୁନି । । ଶନିବାର ଦିନ ୧୩ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସହ ଡେଲାଙ୍ଗରେ ଆକ୍ରାନ୍ତ ସଂଖ୍ୟା ୨୭୩ରେ ପହଂଚିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।
ଶନିବାର ଦିନ୧୩ଜଣଙ୍କ ମଧ୍ୟରୁ ମୁନିଦା,ଚିତଳପୁର,ହାଟଡେଲାଙ୍ଗ,ବିଦୁରପୁର ଅଂଚଳରୁ ଜଣେ ଲେଖାଏଁ ହୋଇଥିବା ବେଳେ ବେରବୋଇ ରୁ ୨ଜଣ ବୋଳକଣା ରୁ ୭ଜଣ ଚିହ୍ନଟ ହୋଇଛନ୍ତି ।
ସମସ୍ତ ଚିହ୍ନଟକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ହୋମକ୍ୱାରାଣ୍ଟାଇନିରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ମୋଟ ୬୭ଟି କ୍ୟାମ୍ପରେ ୪୨୯୩ ଜଣଙ୍କର ପରିକ୍ଷା କରାଯାଇଥିବା ବେଳେ ଆଣ୍ଟିଜେନ ଟେଷ୍ଟ ୩୦୪୮ ଜଣ ସ୍ୱାବ ପରିକ୍ଷା ୧୨୪୫ ଜଣଙ୍କର ଟେଷ୍ଟ କରାଯାଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା