ବିଧାୟକ ପ୍ରଦୀପ ମହାରଥୀ ଓ ତାଙ୍କ ପରିବାର କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ବିଧାୟକଙ୍କ ସମର୍ଥକ ମାନେ ଦୀପ ଦାନ କରି ଆଶୁ ଆରୋଗ୍ୟ କାମନା
ଡେଲାଙ୍ଗ – ପିପିଲି ଡେଲାଙ୍ଗ ବିଧାୟକ ପ୍ରଦୀପ ମହାରଥୀ ଓ ତାଙ୍କ ପରିବାର କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ବିଧାୟକଙ୍କ ସମର୍ଥକ ମାନେ ଦୀପ ଦାନ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ପରିପ୍ରେକ୍ଷିରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଓଡିଶା ପ୍ରସିଦ୍ଧ ହରିରାଜପୁର ଠାରେ ଥିବା ପଶ୍ଚମାଶମ୍ବୁ ସୋମନାଥ ଦେବଙ୍କ ପରିସରରେ ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି ।
ବିଜୁ ଜନତା ଦଳର କର୍ମୀ ଓ ଡେଲାଙ୍ଗ ମିଶନ ଶକ୍ତି ମହାସଂଘର ନେତ୍ରୀ ମାନେ ବିଧାୟକ ଓ ତାଙ୍କ ପରିବାର ଶିଘ୍ର ସୁସ୍ଥ ହେବା ସହ ଡେଲାଙ୍ଗ ବିଡିଓ ଙ୍କ ଆସୁ ।ାରୋଗ୍ୟ କାନା କରିବା ସହିତ ଦେଶ ଓ ରାଜ୍ୟରୁ ଏହି କରୋନା ମହାମାରୀ କୁ ମୁକ୍ତ କରିବା ପାଇଁ ଠାକୁରଙ୍କ ପାଖରେ ଦୀପଦାନ କରାଯାଇଛି ।
ଏହି କାର୍ଯ୍ୟ କ୍ରମରେ ଡେଲାଙ୍ଗ ବ୍ଳକର ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ସରପଂଚ ଦମୟନ୍ତୀ ନିଶଙ୍କ , ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା, ଡେଲାଙ୍ଗ ବ୍ଳକର ପୂର୍ବତନ ସରପଂଚ ବିପିନି ବିହାରୀ ବଳବନ୍ତରାୟ, ଲୋକନାଥ ବେହେରା,ଆତ୍ମା ସଭାପତି ସୁଧାକର ମାର୍ଥା,ପୁର୍ବତନ ଆତ୍ମା ସଭାପତି ବିଜୟ ଚମ୍ପତିରାୟ ଙ୍କ ସହିତ କଲ୍ୟାଣପୁର ସରପଂଚଙ୍କ ପ୍ରତିନିଧି ସଂଜୟ ଜେନା, ଭାରତୀ ଜମ୍ପତି, ରୁନୁ ନନ୍ଦ,ବିରିଷ୍ଠ ବିଜେଡି ନେତା ପ୍ରସନ୍ନ ମହାରଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଯୋଗଦେଇଥିବା କର୍ମି ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ୨୧ ଦିନ ପର୍ଯ୍ୟନ୍ତ ଆମିଷ ସେବନ କରିବେ ନାହିଁ ବୋଲି ଠାକୁରଙ୍କ ପାଖରେ ଶପଥ କରିଛନ୍ତି ।