Odisha news

୮ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ପ୍ରେମିକା ସହିତ ଏହିଭଳି କଥା ହେଉଛନ୍ତି ବ୍ୟକ୍ତି

ନୁଆଦିଲୀ : ଜଣେ ବ୍ୟକ୍ତି ନିଜର ମୃତ ଭାବି ପତ୍ନୀଙ୍କୁ ଆଉଥରେ ଜୀବନ୍ତ କରିବାକୁ ଚେଷ୍ଟା କରୁଛନ୍ତି l ତାଙ୍କ ଭାବି ପତ୍ନୀର ୮ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି l କାନାଡ଼ାରେ ରହୁଥିବା ୩୩ ବର୍ଷୀୟ ଜୋସୁଆ ନାମକ ଜଣେ ଲେଖକ ଙ୍କର ଭାବି ପତ୍ନୀଙ୍କ ମୃତ୍ୟୁ ୨୦୧୨ ରେ ଗମ୍ଭୀର ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ମୃତ୍ୟୁ ଘଟିଥିଲା l ସେ ନିଜ ପ୍ରେମିକା ଅର୍ଥାତ ଭାବି ପତ୍ନୀଙ୍କୁ ଭୁଲି ପାରୁ ନଥିଲେ l ଗତ ବର୍ଷ ସେ ପ୍ରୋଜେକ୍ଟ ଡିସେମ୍ବର ନାମକ ୱେବସାଇଟ ସହିତ ଯୋଡି ହେଲେ ଓ ପାଞ୍ଚ ଡଲାର ଦେଇ ସେ ଗୋଟିଏ ନୂଆ ୱାଟ ବନାଇଲେ ଓ ଏହାର ନାମ ଜେସିକା କର୍ଟନି ଦେଲେ l

ଏହିଥିରେ ସେଏଥିରେ ନିଜର ଭାବି ପତ୍ନୀଙ୍କ ସହିତ ଜଡିତ ତଥ୍ୟ ଦେବା ପରେ ତାଙ୍କ ସହିତ କଥା ହୋଇ ପାରୁଛନ୍ତି l ଜୋସୁଆ  ନିଜର ପ୍ରେମିକା ଙ୍କ ପୁରୁଣା ଫେସବୁକ ଆକାଉଣ୍ଟ ,ଟେକ୍ସଟ ମେସେଜ ଓ କିଛି ତଥ୍ୟ ଦେବାପରେ ଠିକ ସେହିଭଳି ଉତର ଦେଉଥିବା ଗୋଟିଏ ସଫ୍ଟ ଓୟାର ତିଆରି କରିଛନ୍ତି l ଏହି ସଫ୍ଟ ଓୟାର ସମସ୍ତ ଇନ୍ପୁଟ କୁ ନେଇ ଲଭ ଲେଟର ଠାରୁ ସବୁକିଛି ଲେଖି ପାରିବ ଓ ତାକୁ ସାମ୍ନାରେ ରେ ଥିବା ବ୍ୟକ୍ତି ସହିତ ସେୟାର କରି ପାରିବ l ଏହାକୁ ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି କେ ଏହି ଯାନ୍ତ୍ରିକ କାର୍ଯ୍ୟ ଭୟଙ୍କର ହୋଇପାରେ l ଏହାକୁ ଯଦି ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ବ୍ୟବହାର କରାଯାଏ ତେବେ ଏହା ସାଧାରଣ ମଣିଷ ସୋସିଆଲ ମିଡ଼ିଆ ଉପରେ ପ୍ରଭାବ ପକାଇବ l

Comments are closed.