Odisha news

ମଣିଷ ଶରୀରକୁ ବହୁତ ଗୁଡିଏ ରୋଗରୁ ରକ୍ଷାକରେ”ଖଜୁରୀ”

0

ଏମିତିରେ ଅନେକ ପ୍ରକାରର ଫଳ ଅଛି ଯାହା ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ l କିନ୍ତୁ ଖଜୁରିରେ ଏମିତି କିଛି ଗୁଣ ଅଛି ଯାହା ଆମେ ଖାଇବା ଜରୁରୀ ଅଟେ l କୁହାଯାଏ ଖଜୁରୀର ଚାଷ ସର୍ବ ପ୍ରଥମେ ଇରାକ ଦେଶରେ ଆରମ୍ଭ ହୋଇଥିଲା l ତା ପରେ ଧୀରେଧୀରେ ବିଶ୍ୱର ଅନ୍ୟ ସ୍ଥାନରେ ଖଜୁରୀ ଉତ୍ପାଦନ ଆରମ୍ଭ କରାଗଲା l କେବଳ ଖଜୁରୀ ନୁହେଁ ଖଜୁରୀ କୋଳିର ମଞ୍ଜି ମଧ୍ୟ ବ୍ୟବହାର କରାଯାଇଥାଏ l ଖଜୁରୀର ମଞ୍ଜିକୁ କଫି ମଞ୍ଜି ସହିତ ମିଶାଇ କଫି ପାଉଡର ପ୍ରସ୍ତୁତ କରାଯାଏ l ଖଜୁରୀ ମଞ୍ଜିରୁ ତେଲ ପ୍ରସ୍ତୁତ ହୁଏ ଯାହା ପ୍ରସାଧନ ସାମଗ୍ରୀ ଓ ସାବୁନ ତିଆରିରେ ବ୍ୟବହାର ହୁଏ l

ଖଜୁରୀ କେତେ ପ୍ରକାରର -ଏମିତିରେ ଦୁନିଆରେ ୨00 ପ୍ରକାରର ଖଜୁରୀ ଦେଖିବାକୁ ମିଳେ କିନ୍ତୁ ଆମେ ଆପଣଙ୍କୁ ଏଠାରେ ଅଳ୍ପ କେତୋଟି ଖଜୁରୀ ବିଷୟରେ କହୁଚୁ l
* ଆଜବା-ଏହି ଜାତିର ଖଜୁରୀ ଆରବ ର ମଦିନାରେ ମିଳିଥାଏ l ଏହି ଖଜୁରିକୁ ଖାଇଲା ପରେ ପାଟିରୁ ଗୋଲାପର ସୁଗନ୍ଧ ଆସିଥାଏ l
* ଡେଗଲେଟ ନୁର -ଏହି ଜାତିର ଖଜୁରୀ ଆଲଜେରିଆରେ ମିଳିଥାଏ l ଏହି ଖଜୁରୀ ଟିକେ ଶୁଖିଲା ଅଟେ ଓ କମ ମିଠା ଅଟେ l
* ମେଡ଼ଜୁଲ-ଏହି ଖଜୁରୀ ମାର୍କୋରେ ମିଳିଥାଏ ଓ ଏହାର ସ୍ୱାଦ ଚକଲେଟ ଭଳି ଲାଗିଥାଏ l
* ହଲବି -ଏହି ପ୍ରକାର ଖଜୁରୀ ଇରାକରେ ମିଳେ l ଏହା ଅତ୍ୟନ୍ତ ମିଠା ଲାଗିଥାଏ l


.
ଖଜୁରୀ ଆମର ଶରୀରକୁ ବିଭିନ୍ନ ରୋଗରୁ ଦୁରେଇ ରଖେ ଆସନ୍ତୁ ଜାଣିବା ସେ ରୋଗ ଗୁଡିକ କଣ l
* ହୃଦୟକୁ ସୁସ୍ଥ ରଖେ-ହୃଦୟ ଆମ ଶରୀରର ସବୁଠାରୁ ମହତ୍ଵପୃଣ୍ଣ ଅଙ୍ଗ ଅଟେ l ତେଣୁ ଏହାର ସୁସ୍ଥତା ଉପରେ ଧ୍ୟାନ ଦେବା ଆବଶ୍ୟକ l ହୃଦୟକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟକ ଦିନ ଏକ ମୁଠା ଖଜୁରୀ ଖାଇବା ନିହାତି ଆବଶ୍ୟକ l ଖଜୁରିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଆର୍ଟରୀ ସେଲ କୋଲେଷ୍ଟ୍ରଲ କୁ କମ କରିଥାଏ l ଓଜନ ବଢିବା ଦ୍ୱାରା ମଧ୍ୟ ହୃଦୟ ରୋଗ ହୋଇପାରେ ତେଣୁ ପ୍ରତେକ ଦିନ ଖଜୁରୀ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ l କାରଣ ଏଥିରେ ପ୍ରଚୁର ପରିମାଣରେ ଫାଇବର ଅଛି l

* ହାଡ଼କୁ ସୁସ୍ଥ ରଖିଥାଏ -ଖଜୁରିରେ ମ୍ୟାଗନେସିଏମ ,ସେଲେନିୟମ ,କପର ଓ ମାଙ୍ଗାନିଜ ଅଛି l ଏହି ସବୁ ପୋଷାକ ତତ୍ୱ ହାଡ଼କୁ ମାଝବୁତ କରିଥାଏ l ଏହା ସହିତ ଖଜୁରିରେ ଭିଟାମିନ-କେ ଅଛି ଯାହା ରକ୍ତକୁ ସଫା ରଖିବା ସହିତ ହାଡ ପାଇଁ ଲାଭ ଦାୟକ l

* ରକ୍ତ ଚାପକୁ ନିୟନ୍ତ୍ରଣ କରେ -ଖଜୁରିରେ ରକ୍ତ ଚାପ ସ୍ତର ନିୟନ୍ତ୍ରଣ କରିବାର କ୍ଷମତା ଅଛି l କାରଣ ଏଥିରେ ପୋଟାସିୟମ ଓ ମିନେରାଲସ ଭରପୁର ମାତ୍ରାରେ ରହିଛି l ୨୪ ଗ୍ରାମ ଖଜୁରିରେ ପ୍ରୟତଃ ୧୬୭ ମିଲି ଗ୍ରାମ ପୋଟାସିୟମ ଥାଏ l ଯାହା ଅନ୍ୟ ଫଳ ତୁଳନାରେ ଅଧିକ ଅଟେ l

* ହାଡର ଫୁଲ କମାଇବାରେ ସାହାଯ୍ୟ କରେ -ଖଜୁରିରେ ପର୍ଯ୍ୟାପ୍ତ ମାତ୍ରାରେ ମ୍ୟାଗନେସିୟମ ରହିଛି l ଯାହା ହାଡର ଦରଜ କମାଇବା ସହିତ ଫୁଲlକୁ ମଧ୍ୟ କମାଇଥାଏ l
* କୋଲେଷ୍ଟ୍ରଲକୁ କମ କରେ -ଖଜୁରୀ ଖାଇଲେ ରକ୍ତରେ କୋଲେଷ୍ଟ୍ରଲର ମାତ୍ର ନିୟନ୍ତ୍ରଣ ହୋଇଥାଏ l ଖଜୁରିରେ ପୋଟାସିୟମର ପରିମାଣ ଅଧିକ ଥିବା ହେତୁ ହାନିକାରକ କୋଲେଷ୍ଟ୍ରଲକୁ କମାଇବାକୁ ସାହାଯ୍ୟ କରେ l

* ଆନିମିଆ ପାଇଁ ହିତକର -ଶରୀରରେ ଆଇରନର ମାତ୍ରl କମ ଥିଲେ ଆମେ ଆନିମିଆର ଶିକାର ହୋଇଥାଉ l ଏହିଥିରୁ ରକ୍ଷା ପାଇବାକୁ ହେଲେ ଆମକୁ ପ୍ରତେକ ଦିନ ଖଜୁରୀ ଖାଇବା ଆବଶ୍ୟକ l ଖଜୁରିରେ ଆଇରନ୍ ର ମାତ୍ର ଅଧିକ ଥାଏ l

* ତ୍ୱଚାକୁ ସୁସ୍ଥ ରଖିଥାଏ -ଖଜୁରିରେ ଭିଟାମିନ-ସି ଓ ଡି ଭରପୁର ମାତ୍ରାରେ ରହିଛି ଯାହା ଆମର ତ୍ୱଚା ପାଇଁ ନିତ୍ୟାନ୍ତ ଆବଶ୍ୟକ l ଖଜୁରିରେ ଆଣ୍ଟି ଏଜିଇଙ୍ଗ ତତ୍ୱ ମଧ୍ୟ ରହିଛି l

* କେଶକୁ ସୁଦୃଢ କରେ -କେଶପାଇଁ ଖଜୁରୀ ଉପକାରୀ ଅଟେ l ଆଇରନ ରେ ଭରପୁର ହୋଇଥିବା କାରଣରୁ ଖଜୁରୀ କେଶ ମୂଳରେ ରକ୍ତ ସଂଚାଳନ କରିଥାଏ l ଏଥି ସହିତ ଖଜୁରିରେ ଥିବା ଭିଟନୀନ-ଇ କେଶକୁ ସୁସ୍ଥ ରଖେ ଓ ଘନତ୍ଵ ବଢ଼ାଇଥାଏ l ଆପଣ ଯଦି ପ୍ରତ୍ୟକ ଦିନ ଖଜୁରୀ ଖାଇବେ ତେବେ କେଶ କଳା ରହିବ l

* ପେଟର ଚର୍ବି କମାଇବାରେ ସାହାଯ୍ୟ କରେ -ଆଜିକାଲି ଆମେ ସମସ୍ତେ ନିଜର ମୋଟା ପାନ ଯୋଗୁ ବିବ୍ରତ ରହୁଚୁ l ଯଦି ଆପଣ ନିଜ ପେଟର ଚର୍ବି କମାଇବାକୁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ଖଜୁରୀକୁ ସାମିଲ କରନ୍ତୁ l ଖଜୁରିରେ ଭରପୁର ମାତ୍ରାରେ ଫାଇବର ରହିଛି l ଫାଇବର ତତ୍ୱ ବିଶିଷ୍ଟ ଖାଦ୍ୟ ଖାଇବା ଦ୍ୱାରା ଭୋକ କମ ହୋଇଥାଏ l ତେଣୁ ଆମକୁ ଖଜୁରୀ ଖାଇ ନିଜ ପେଟର ମୋଟା ପଣକୁ କମାଇବା ଆବଶ୍ୟକ l

Nalco

Leave A Reply