Odisha news

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଉପଲକ୍ଷେ ନାମସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

0
ଦଶରଥପୁର  : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ଉତ୍ସବ ଆଜି ଜଗନ୍ନାଥ ଧାମ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଦଶରଥପୁର ବ୍ଲକ ଶ୍ୟାମ ସୁନ୍ଦର ଜୀଉ ମଠରେ ଏକ ନାମ ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଦଶରଥପୁର ବିଡ଼ିଓ ଆକାଶ ପଟ୍ଟନାୟକ ଏବଂ ତାଙ୍କ ଧର୍ମପତ୍ନୀ ଅଙ୍କିତା ବାରିକ ସଂକଳ୍ପ କରିଥିଲେ।  ଏଲଇଡି ଟିଭି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଉପସ୍ଥିତ ସମସ୍ତ ବ୍ୟକ୍ତି ଉପଭୋଗ କରିଥିଲେ। ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ବିଂଝାରପୁର ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ବ୍ଲକ ସହକାରୀ ଯନ୍ତ୍ରୀ ରାହାଶ ବିହାରୀ ଜେନା, କନିଷ୍ଠ ଯନ୍ତ୍ରୀ ନିରଦ କୁମାର ସେଠୀ, ନିର୍ମଳ ଚନ୍ଦ୍ର କାପ, ଚିତ୍ତରଞ୍ଜନ ଶତପଥୀ, କରୁଣା ସିନ୍ଧୁ ପରିଡ଼ା, ଫକୀର ମୋହନ ଦଳାଇ, ଅର୍ଦ୍ଧେନ୍ଦୁ ମଲ୍ଲିକ, ସୁବ୍ରତ କୁମାର ବେହେରାଙ୍କ ସମେତ ନିକଟସ୍ଥ ଅଞ୍ଚଳରୁ ଶତାଧିକ ବ୍ୟକ୍ତି, ବ୍ଲକର ଅନ୍ୟାନ୍ୟ ସମସ୍ତ କର୍ମଚାରୀ  ଯୋଗଦେଇ ସମୂହ ପ୍ରସାଦ ସେବନରେ ଭାଗ ନେଇଥିଲେ।  ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦଶରଥପୁର ସରପଞ୍ଚ ଙ୍କ ପ୍ରତିନିଧି ଧର୍ମରାଜ ଧୀର, ସମିତି ସଭ୍ୟ ପ୍ରଶାନ୍ତ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ମହେଶ୍ଵର ସାହୁ, ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା କରିବା ସହିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
Ad2
Leave A Reply