Odisha news

କରୋନାରେ ଶିକ୍ଷାବିତ ମୃତୁ୍ୟ

0

ଦଶରଥପୁର : ଆଜି ସଂଧ୍ୟାରେ କରୋନା ମହାମାରୀରେ ଦଶରଥପୁରରେ ଜଣେ ଶିକ୍ଷାବିତଙ୍କ ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ଦଶରଥପୁର ଗ୍ରାମ କାଙ୍ଗାଳି ବେହେରାଙ୍କ ପୁଅ ନିରୋଦ କୁମାର ବେହେରା ଓରଫ ଶମ୍ଭୁନାଥ (୫୦) । ସେ ୪/୫ ଦିନ ହେବ ଅସୁସ୍ଥ ହୋଇପଡିଥିବାବେଳେ ବୁଧବାର ସଂଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭାବ କରିଥିଲେ । ଏଣୁ ପରିବାର ଲୋକେ ତାଙ୍କୁ ଯାଜପୁର ମୁଖ୍ୟ ଚିକିସôାଳୟକୁ ନେଇଯାଇଥିଲେ ।

ସେଠାରେ ଆଜି କରୋନା ପରୀକ୍ଷା କରାଯାଇଥିବାରୁ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏଣୁ ତାଙ୍କୁ ଡୁବୁରିସ୍ଥ ଟାଟା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ତାଙ୍କୁ ଏକ ବଲେରୋରେ ନେଇଯାଇଥିଲେ । ମାତ୍ର କିଛି ସମୟ ପରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଯାହାକି ଦଶରଥପୁର ବ୍ଲକରେ ପ୍ରଥମ ସ୍ଥାନିୟ କରୋନା ମୃତୁ୍ୟ । ମାତ୍ର ପୂର୍ବରୁ ୨ ଜଣ କରୋନାରେ ମୃତୁ୍ୟ ହୋଇଥିବାବେଳେ ଜଣେ ଭୁବନେଶ୍ୱରରେ କାର୍ଯ୍ୟରତ ଥିବାବେଳେ ଅନ୍ୟଜଣେ ବାଙ୍ଗାଲୋରରେ ମୃତୁ୍ୟ ବରଣ କରିଥିଲେ । ସୂଚନାଥାଉକି ସ୍ୱର୍ଗତ ବେହେରା ଦଶରଥପୁର ବେଦ ବିଦ୍ୟାଳୟରେ କିରାଣି ଭାବେ କାର୍ଯ୍ୟ କରୁଥିଲେ

Leave A Reply