Odisha news

ହିତାଧିକାରୀଙ୍କ ଆକାଉଣ୍ଟରୁ ୫ ଲକ୍ଷ ଗାଏବ

0

ଭୁବନେଶ୍ୱର,(ନି.ପ୍ର): ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ପାସବୁକ,ଚେକ ବହି ଏବଂ ଏଟିଏମ କାର୍ଡ ଘରେ ଥାଇ ଆକାଉଣ୍ଟରୁ ଚାଲିଗଲା ୫ଲକ୍ଷ ଟଙ୍କା । ଘଟଣା ଘଟିଛି ଖଣ୍ଡଗିରିର ଥାନା ନିକଟସ୍ଥ ସୁଆଁଙ୍ଗ ଗ୍ରାମରେ । ଠକେଇର ଶୀକାର ହୋଇଛନ୍ତି ବଲ୍ଲଭ ମହାନ୍ତିଙ୍କ ପନôୀ ଶ୍ରୀମତୀ ପାର୍ବତୀ ମହାନ୍ତି । ଏ ନେଇ ପାର୍ବତୀ ଖଣ୍ଡଗିରି ଥାନା ଓ ବ୍ୟାଙ୍କରେ ଅଭିଯୋଗ କରିଛନ୍ତି । ପୋଲିସ ମହିଳାଙ୍କ ଅଭିଯୋଗକୁ ରଖି ଘଟଣାର ଛାନଭିନ ଆରମ୍ଭ କରିଛି । ଅନ୍ୟ ପଟେ ବ୍ୟାଙ୍କ କର୍ମଚାରୀ ଠକେଇ ଘଟଣାକୁ ଅସ୍ୱୀକାର କରିଥିବା ଜଣାପଡିଛି । ଯେଉଁ ଯେଉଁ ତାରିଖରେ ଟଙ୍କା ଉଠାଣ ହୋଇଛି ତାର ଏକ ତାଲିକା ହିତାଧିକାରୀଙ୍କୁ ଦେଇଥିବା ଅଭିଯୋଗ କରି କହିଛନ୍ତି । କିଏ ଓ କାହିଁକି ୫ଲକ୍ଷ ଟଙ୍କା କିସ୍ତି କିସ୍ତି କରି ଉଠାଇ ନେଇଛି ତାର ଖୋଳତାଡ କରୁଛି କମିଶନରେଟ୍ ପୋଲିସ ।

ଖଣ୍ଡଗିରି ଥାନା ନିକଟସ୍ଥ ସୁଆଁଙ୍ଗ ଗ୍ରାମର ପାର୍ବତୀ ମହାନ୍ତି ଜାଗମରା ଗ୍ରାମର ବଲ୍ଲଭ ମହାନ୍ତିଙ୍କୁ ବିବାହ କରିଛନ୍ତି । ପାର୍ବତୀ ୨୦୧୮ ମସିହାରେ ଆଇଗଣିଆରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିଥିଲେ । ତାଙ୍କ ଆକାଉଣ୍ଟରେ ୫ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସ ଥିଲା । ଗତ କିଛି ଦିନ ହେବ ତାଙ୍କ ଆକାଉଣ୍ଟରୁ କୋ÷ଣସି ଦୁର୍ବୃତ୍ତ ୫ଲକ୍ଷ ଟଙ୍କା ଉଠାଇ ନେଇଥିଲେ ମଧ୍ୟ ସେ ଜାଣିପାରିନଥିଲେ । ଦୁଇ ଦିନ ତଳେ ପାର୍ବତୀଙ୍କ ସ୍ୱାମୀ ଡେବିଟ କାର୍ଡ ବାଲାନ୍ସ ଚେକ୍ କରିବା ବେଳକୁ ତାଙ୍କ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଉଠାଣ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏ ନେଇ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କର୍ତ୍ତୃପକ୍ଷ କହିଥିଲେ ତୁମେ ଟଙ୍କା ଉଠାଇଛ । ନଚେତ୍ ଏତେ ପରିମାଣର ଟଙ୍କା ଗଲା କୁଆଡେ । ପରେ ନିରାଶ ହୋଇ ବଲ୍ଲଭ ମହାନ୍ତି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଜାରି ରଖିଛି ।

Leave A Reply