ଭୁବନେଶ୍ୱର,(ନି.ପ୍ର): ସାପ କାମୁଡାରେ ଲୋକମାନେ ଡାକ୍ତରଖାନା ବଦଳରେ ଗୁଣି ଗାରେଡି ଉପରେ ବିଶ୍ୱାସ କରୁଛନ୍ତି । ବିଷ ବାହାର କରିବା ପାଇଁ ଗୁଣିଆ ଏସିଡ ମାଧ୍ୟମରେ ଚିକିତ୍ସା କରୁଛନ୍ତି । ଯାହା ଦ୍ୱାରା ଶରୀର ସୁୁସ୍ଥ ହେବା ବଦଳରେ ଅଧିକ ଖରାପ ହୋଇଯାଉଛି । ଏହି ଘଟଣାକୁ ଗୁରୁତର ସହ ନେଇ ମାନାବାଧିକାର ଆୟୋଗ(ଓଏଚଆରସି) ଗୁରୁôବାର ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି । ୧୫ ଦିନ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକ୍ଷକଙ୍କୁ ଏଭଳି ଘଟଣାର ଜବାବ ମାଗିଛି ଆୟୋଗ ।
ଢେଙ୍କାନାଳ ଜିଲ୍ଲାର ମୃଦଙ୍ଗାପଲ୍ଲୀ ଗାଁରେ ଏଭଳି ବିଚିତ୍ର ଚିକିତ୍ସା ଦୀର୍ଘ ଦିନ ଧରି ଚାଲି ଆସିଛି । ହେଲେ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଢେଙ୍କାନାଳ ଜିଲ୍ଲା ରେ ରହିଛି ମୁଖ୍ୟ ଚିକିତ୍ସାଳୟୟ କିନ୍ତୁ ସାପ କାମୁଡାରେ ଗୋଟିଏ ବି ଲୋକ ମେଡିକାଲ ଯିବାକୁ ·ହୁଁନାହାନ୍ତି । ବଦଳରେ ସେହି ଅଞ୍ଚଳରେ ଗୁଣି ଗାରେଡି କରୁଥିବା ଜନୈକ କ୍ୱାକ(ନକଲି ଡାକ୍ତର)ଙ୍କ ନିକଟକୁ ଯାଉଛନ୍ତି । ଅଗଷ୍ଟ ୧୭ ତାରିଖ ଦିନ ମୃଦଙ୍ଗାପଲ୍ଲୀ ଗାଁ ର ୨୫ ବର୍ଷର ସରିତା ମହାପାତ୍ର ସାପ କାମୁଡାର ଶିକାର ହୋଇଥିଲେ । ସାରିତାଙ୍କ ଗୋଡ଼ର ଆଙ୍ଗୁଳିକୁ ସାପ କାମୁଡିଥିଲା । ତେବେ ସରିତା ଡାକ୍ତରଖାନା ନଯାଇ କ୍ୱାକ ପାଖକୁ ବିଷ କାଢ଼ିବା ପାଇଁ ଯାଇଥିଲେ । ତେବେ ସୁକ ସମ୍ପୂର୍ଣ ଗୋଡ଼କୁ ଏକ ତରଳ ପଦାର୍ଥ ଲଗାଇ ଚିକିତ୍ସା କରିଥିଲେ ।
ତେବେ ସାରିତାଙ୍କ ଗୋଡ଼ ଜଳାପୋଡା ହୋଇ ସିଝି ଯାଇଥିବା ଜଣାପଡିଥିଲା । ପରେ ଏହାକୁ ନେଇ ମୃଦଙ୍ଗାପଲ୍ଲୀ ଥାନାକୁ ଯାଇଥିଲେ ସରିତା । ତେବେ ଏହି ଭଳି ଚିକିତ୍ସା ରାଜ୍ୟରେ ନିଷଧ କରାଯାଇଥିବା ବେଳେ ଏବେବି ବିଭିନ୍ନ ସ୍ଥାନରେ ଏବେବି ଜାରି ରହିଛି । ଯାହା କେବଳ ଅନ୍ଧ ବିଶ୍ୱାସ ବ୍ୟତୀତ ଆଉ କିଛି ନାହଁ । ଏହି ଭଳି ଘଟଣା ଦେଖି ମାନାବାଧିକାର ଆୟୋଗ ଚିନ୍ତିତ ହୋଇଛନ୍ତି । ସ୍ଥାନୀୟ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଏଭଳି ଘଟଣା ବିରୋଧରେ କଣ ପଦକ୍ଷପ ନିଆଯାଉଛି ସେନେଇ କଲେକ୍ଟର ଏବଂ ପୁଲିସ ଅଧିକ୍ଷକଙ୍କ ନିକଟକୁ ଏକ ନୋଟିସ କରାଯାଇଛି । ୧୫ ଦିନ ଭିତରେ ଏହାର ଜବାବ ରଖିବାକୁ ନିର୍ଦେଶ ଦିଆଯାଇଛି ।