Odisha news

ନୟାଗଡ଼: ଡାକ୍ତରଙ୍କ କରୋନାରେ ମୃତ୍ୟୁ , ଲୋକଙ୍କ ମଧ୍ୟରେ ଦୁଃଖ ଓ ଭୟର ବାତାବରଣ

0

ନୟାଗଡ଼ : ନୟାଗଡ଼ ଜିଲ୍ଲାହସ୍ପିଟାଲର କାର୍ଯ୍ୟରତ ଡାକ୍ତର ମୀନକେତନ ବଳିୟାରସିଂଙ୍କର କରୋନା ସଂକ୍ରମଣରେ ମୃତୁ୍ୟ ଘଟିଛି । ମୃତୁ୍ୟ ବେଳକୁ ଡାକ୍ତରଙ୍କୁ ପ୍ରାୟ ୫୮ ବର୍ଷ ହୋଇଥିଲା । ସେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ବିଶେଜ୍ଞ ଡାକ୍ତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ । କରୋନା ସଂକ୍ରମଣରେ କୌଣସି ଡାକ୍ତରଙ୍କ ମୃତୁ୍ୟ ଜିଲ୍ଲା ପାଇଁ ଏହା ପ୍ରଥମ ଘଟଣା । ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ୧୮ଶହ ପାର ହୋଇଛି । ସେଥିମଧ୍ୟରୁ ୧୩ ଜଣଙ୍କ ମଧ୍ୟରେ ଡାକ୍ତର ବଳିୟାର ସିିଂଙ୍କ ମୃତୁ୍ୟର ସୂଚନା ମିଳିଛି ।

ନୟାଗଡ଼ ଡାକ୍ତର ମୀନକେତନ ବଳିୟାରସିଂହ ଚଳିତ ମାସ ୧୨ ତାରିଖରେ କରୋନା ଆକ୍ରନ୍ତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲ ପଠାଇ ଦିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ମୃତୁ୍ୟ ଖବର ମିଳିଥିବା ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡାକ୍ତର ରଂଜିତା ବିଶ୍ୱାଳ ସୂଚନା ଦେଇଛନ୍ତି । ଖବର ପାଇ ଜିଲ୍ଲାପାଳ ଡାକ୍ତର ପୋମାଟୁଡ଼ୁଙ୍କ ସହ ସିଡିଏମ୍ଓ ଡାକ୍ତର ବିଶ୍ୱାଳ ଭୁବନେଶ୍ୱରରେ ପହଞ୍ଚି ଥିଲେ । ସେଠାରେ ମୃତ ଶରୀର ପ୍ରତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ସହ ଅନ୍ୟ କେତେକ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ସତ୍ୟନଗର ଶସ୍ମାନରେ ଡାକ୍ତର ବଳିୟାରସିଂଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଅନ୍ତିମ ସଂସ୍କାର ବେଳେ ଡାକ୍ତରଙ୍କ ପରିବାର କେତେକ ସଦସ୍ୟ ଉପସ୍ଥିତ ଥିଲେ । ମହାମାରୀ କରୋନା ସଂକ୍ରମଣ କଠିନ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଉଥିବା ଡାକ୍ତର ବଳିୟାରସିଂଙ୍କ କରୋନା ମୃତୁ୍ୟ ଲୋକଙ୍କ ମଧ୍ୟରେ ଦୁଃଖ ଓ ଆଲୋଡ଼ନ ସୃଷ୍ଟି କରିଛି । ଅନେକ ଭୟଭିତ ହୋଇ ପଡ଼ିଛନ୍ତି । ସେପଟେ ଡାକ୍ତର ବଳିୟାରସିଂଙ୍କ ପତ୍ନୀ କରୋନାରେ ପୀଡ଼ତ ଅଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମଧ୍ୟ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତ କରା ଯାଇଥିବା ସୂଚନା ମିଳିଛି ।

Leave A Reply