Odisha news

ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

0

ବାଲେଶ୍ୱର : ଜିଲ୍ଲା କଂଗ୍ରେସ ନେତାଙ୍କ ଦ୍ୱାରା ସ୍ଥାନୀୟ କଂଗ୍ରେସ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୭୬ ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୰ ରାଜୀବ ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୁଷ୍ପମାଲ୍ୟ ଅର୍ପଣ ପରେ ଜିଲ୍ଲା ଯୁବକଂଗ୍ରେସର ନବନିଯୁକ୍ତ ସଭାପତି ଇଂ ରଞ୍ଜନ କୁମାର ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ୱର୍ଗତ ରାଜୀବ ଗାନ୍ଧୀ ଜଣେ ସୁରାଜନୀତିଜ୍ଞ ଓ ସୁଶାସକ ଭାବରେ ଅତିଷ୍ଠିତ ହୋଇ ପାରିଥିଲେ ।

ଏବଂ ସେ ହିଁ ଡିଜିଟାଲ ଇଣ୍ଡିଆର ମୁଖ୍ୟ ପୁରୋଧା ଥିଲେ, ଦେଶର ପ୍ରଥମ ଏଟିଏମ ପ୍ରତିଷ୍ଠା ମଧ୍ୟ ତାଙ୍କର ଅବଦାନ । ଦେଶର କ୍ଷେପଣାସ୍ତ୍ର ଜ୍ଞାନ କୌଶଳ ବିକାଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ, ଦେଶରେ ସମସ୍ତେ ମୋବାଇଲ ଫୋନ୍ ବ୍ୟବହାର କରିବା ପ୍ରଥମ ସ୍ୱପ୍ନ ତାଙ୍କର ଥିଲା ବୋଲି ରାଜ୍ୟ କଂଗ୍ରେସ ପୁର୍ବତନ ସାଧାରଣ ସମ୍ପାଦକ ସଞ୍ଜୀବ ଗିରି ବକ୍ତବ୍ୟ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ଉପକଂଗ୍ରେସ ସଭାପତି କୃଷ୍ଣଗୋପାଳ ପଣ୍ଡା, ଗୋପୀନାଥ ପାଢ଼ୀ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ପୂର୍ବତନ ଜିଲ୍ଲାକଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଗୌତମ ସାହୁ, ତୁଷାରକାନ୍ତି ତପସ୍ୱୀ, ମନୋଜ ନାୟକ, ମନୋଜ ମହାନ୍ତି, ବିକାଶ ଦାସ, ଜୀବନ ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ମହିଳାକଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପରମିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply