ସିମୁଳିଆ : ସିମୁଳିଆ ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତ ସଂଖ୍ୟା କ୍ରମଶଃ ଭୟଙ୍କର ରୂପ ନେଉଥିବାର ଦେଖାଯାଉଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଅଞ୍ଚଳରେ ଭୟର ବାତାବରଣ ଖେଲିଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ମେଡିକାଲ କୋଭିଡ୍ ଟିମ୍ ପକ୍ଷରୁ ଗୁରୁରବାର ଦିନ ବଙ୍ଗାଳପୁର ପଞ୍ଚାୟତ ଓ ମଇତାପୁର ପଞ୍ଚାୟତରେ କରୋନା ପରୀକ୍ଷା କରାଯାଇଥିଲା । ମୋଟ ୨୪୬ଜଣଙ୍କୁ ପରୀକ୍ଷା କରାଯାଇଥିବାବେଳେ ସେଥି ମଧ୍ୟରୁ ୧୦ଜଣ ପଜିଟିଭି ବାହାରିଥିଲା ।
ସେମାନଙ୍କ ମଧ୍ୟରୁ ବଙ୍ଗାଳପୁର ପଞ୍ଚାୟତରୁ ୮ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ସେଥି ମଧ୍ୟରୁ ଭଗିଆ ଗ୍ରାମର ଗୋଟିଏ ପରିବାରରୁ ୫ଜଣ,ମାର୍କୋଣା ଅଞ୍ଚଳର ୨ଜଣ ଓ ବାସୁଦେବପୁର ଥାନା ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମଇତାପୁର ପଞ୍ଚାୟତର ପରୀକ୍ଷା କରାଯାଇଥିବାବେଳେ ସେଥି ମଧ୍ୟରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିବାର ଜଣାଯାଇଛି । କାଞ୍ଚପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ପୁରୁଷୋତ୍ତମ ପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପଜିଟିଭ ଚିହ୍ନଟ ହୋଇଥିବାର ଜଣାଯାଇଛି ।
ଗୁରୁବାର ଦିନ ୨୪୬ଜଣଙ୍କୁ ପରୀକ୍ଷା କରାଯାଇଥିବାବେଳେ ସିମୁଳିଆ ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ଆକ୍ରାନ୍ତମାନଙ୍କୁ ଗୃହ କୁରେଣ୍ଟାଇନରେ ରହିବାକୁ ମେଡିକାଲ ପକ୍ଷରୁ ନିଦେ୍ଦ÷ର୍ଶ ଦିଆଯାଇଛିି ।