ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ଗ୍ରାମପଞ୍ଚାୟତ ଅଧୀନ ତିଳଦା ନେତାଜୀ ସ୍ମାରକୀ ଯୁବକ ସଂଘ ଆନୁକୁଲ୍ୟରେ ତିଳଦା ସ୍କୁଲ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ସତ୍ୟସାଇ ଗ୍ରୁପ ଅଫ ଇନ୍ସଷ୍ଟିଚୁ୍ୟସନର ଅଧ୍ୟକ୍ଷ ଡଃ ବେଣୁମାଧବ ପଣ୍ଡା ଉଦ୍ଘାଟନ କରିବା ଅବସରରେ ରକ୍ତଦାନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ କରୋନା ଯୋଦ୍ଧା ବୋଲି ସେ କହିଥିଲେ ।
କରୋନା ମହାମାରୀ ସମୟରେ ରକ୍ତଦାନ ଭଳି ମହତକର୍ମରେ ନିୟୋଜିତ ଥିବା ଏହି ସଂଘର ସଦସ୍ୟ ମାନଙ୍କ କାର୍ଯ୍ୟ ମଧ୍ୟ ବେଶ ପ୍ରଶଂସନୀୟ ବୋଲି ଶ୍ରୀ ପଣ୍ଡା କହିଥିଲେ । ସଂଘର ସଭାପତି ଜଗବନ୍ଧୁ ନାୟକ, ଉପସଭାପତି ନୀଳାମ୍ବର ପଣ୍ଡା ଓ କିଶୋର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋଟ ୬୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସମ୍ପାଦକ ସୁରେଶ ଓଝା,ତନ୍ମୟ ରାଉଳ,ପ୍ରଦୀପ ଓଝା,ରାଜେନ୍ଦ୍ର ନାୟକ,ଉମାକାନ୍ତ ନାୟକ,ଭାଗିରଥି ନାୟକ,ନାରାୟଣ ବିନାତ,କୈଳାସ ବିନାତ,ବନମାଳୀ ଓଝା,ବିଜୟ କୁମାର ପରିଡା,କୁମୁଦିନୀ ନାୟକ,ମୀନାରାଣୀ ବିନାତ,ବିମ୍ବାଧର ପଣ୍ଡା,ସାବିତ୍ରୀ ସେନାପତି,ଶକୁନ୍ତଳା ସେଠୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।