Odisha news

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ୧୦ ନଂ ଯୋନ ରେ ସତ୍ୟଭାମା , ୧୭ ନଂ ଯୋନ ରେ ପ୍ରତିମା ବିଜୟୀ

0

ଦଶପଲ୍ଲା୨୮/୨ :  ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଲକ ର ୧୦ନଂ ଯୋନ ଓ ନୂଆଗାଁ ବ୍ଲକ ର ୧୭ ନଂ ଯୋନ ର ଫଳା ଫଳ ଘୋଷଣା ହୋଇଛି । ଏବି ଦୁଇ ଯୋନ ରେ ବିଜେଡି ବାଜିମାତ କରିଛି । ଦଶପଲ୍ଲା ବ୍ଲକ ୧୦ ନଂ ଯୋନ ରେ ବିଜେଡି ପ୍ରାର୍ଥୀନୀ ସତ୍ୟଭାମା ପ୍ରଧାନ ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ସ୍ୱାଧୀନ ପ୍ରାର୍ଥୀ ମମତା ପ୍ରଧାନ ଙ୍କୁ ୪୦୯୦ ଟି ଭୋଟ ରେ ପରାସ୍ତ କରି ବିଜୟ ହୋଇଥିବା ବେଳେ ନୂଆଗାଁ ବ୍ଲକ ୧୭ ନଂ ଯୋନ ରେ ବିଜେଡି ପ୍ରାର୍ଥୀନୀ ପ୍ରତିମା ଦଳବେହେରା ତାଙ୍କ ନିକଟତମ ପ୍ରଦୀଦ୍ବନ୍ଦି ବିଜେପି ପ୍ରାର୍ଥୀନୀ ପାର୍ବତୀ ମୁଦୁଲି ଙ୍କୁ ୬୦୯୪ ଭୋଟ ରେ ପରାସ୍ତ କରି ବିଜୟ ହୋଇଛନ୍ତି । ଗଣତିର ଦ୍ୱିତୀୟ ଦିନରେ ନୂଆଗାଁ ବ୍ଲକ ର ୧୧ ଟି ପାଞ୍ଚାୟତ ର ଫଳାଫଳ ପ୍ରକାଶ ପାଇଛି ।

ଏହି ୧୧ ଗୋଟି ପାଞ୍ଚାୟତ ରେ ଉଦୟପୁର ପାଞ୍ଚାୟତ ସରପଞ୍ଚ ଭାବେ ମମତା ବେହେରା,ସମିତିସଭ୍ୟ ଭାବେ ପିଙ୍କି ମହାପାତ୍ର, ଖଣ୍ଡୁଗାଓଁ ପାଞ୍ଚାୟତ ରେ ସରପଞ୍ଚ ଭାବେ ସସ୍ମିତା ମଳିକ, ସମିତିସଭ୍ୟ ଭାବେ ମମତା ପାଳ,ଚାହାଳି ପାଞ୍ଚାୟତ ରେ ସରପଞ୍ଚ ଭାବେ ସୁବାଷ ବେହେରା,ସମିତିସଭ୍ୟ ଭାବେ ଅଶ୍ୱିନୀ ଆଚାର୍ଯ୍ୟ,ଢେଙ୍କେଣା ପାଞ୍ଚାୟତ ରେ ସରପଞ୍ଚ ଭାବେ ଯୁଗଳ କିଶୋର ସାହୁ,ସମିତିସଭ୍ୟ ଭାବେ ପର୍ଶୁରାମ ସ୍ବାଇଁ,ଦୁର୍ଦୁରା ପାଞ୍ଚାୟତ ରେ ସରପଞ୍ଚ ଭାବେ ସଞ୍ଜୟ କୁମାର ସାହୁ ସମିତିସଭ୍ୟ ଭାବେ ଗଗନ ବିହାରୀ ମହାପାତ୍ର,ନୂଆଗାଁ ପାଞ୍ଚାୟତ ରେ ସରପଞ୍ଚ ଭାବେ ଅମିତା ପରିଡା,ସମିତିସଭ୍ୟ ଭାବେ ଶ୍ରଦ୍ଧାଞ୍ଜଳି ସାସମଲ ,ବଡଗୋଠ ପାଞ୍ଚାୟତ ରେ ସରପଞ୍ଚ ଭାବେ ତିଳତମା ନାୟକ ,ସମିତିସଭ୍ୟ ଭାବେ ନନ୍ଦିନୀ ନାୟକ,ମହିପୁର ପାଞ୍ଚାୟତ ରେ ସରପଞ୍ଚ ଭାବେ ତ୍ରିନ୍ନାଥ ବେହେରା,ସମିତିସଭ୍ୟ ଭାବେ ଅନିତା ବେହେରା,ମାଇଛେଳି ପାଞ୍ଚାୟତ ରେ ସରପଞ୍ଚ ଭାବେ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ,ସମିତିସଭ୍ୟ ଭାବେ ମିନତୀ ପ୍ରଧାନ,ଓ ମାଳିସାହି ପାଞ୍ଚାୟତ ରେ ସରପଞ୍ଚ ଭାବେ ସସ୍ମିତା ପ୍ରଧାନ ଓ ସମିତିସଭ୍ୟ ଭାବେ ରଶ୍ମିତା ସାହୁ ନିର୍ବାଚିତ ହୋଇଛନ୍ତି । ନୂଆଗାଁ ବ୍ଲକ ରେ ସମସ୍ତ ପାଞ୍ଚାୟତ ର ନିର୍ବାଚନ ଫଳା ଫଳ ଘୋଷଣା ସରିଛି । ସେହି ପରି ଦଶପଲ୍ଲା ବ୍ଲକ ର ୧୦ ନଂ ଯୋନ ରେ ଥିବା ୭ ଟି ପାଞ୍ଚାୟତ ର ଫଳାଫଳ ଘୋଷଣା ହୋଇଛି ଏଥିମଧ୍ୟରେ ଟାକେରାରୁ ସରପଂଚ ଭାବେ ମଦନ ଜାନୀ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ପ୍ରଶାନ୍ତ କୁମାର ଦଳବେହେରା ନିର୍ବାଚିତ ହୋଇଛନ୍ତି।

ତୁମାଣ୍ଡିରେ ସରପଂଚ ଭାବେ ମିତାରାଣୀ ମାଝୀ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ଅନୁପମା ମଳିକ ନିର୍ବାଚିତ ହୋଇଛନ୍ତି। ଭୋଗବାଡିରେ ସରପଂଚ ଭାବେ ନିର୍ମଳ ସାହୁ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ଉପେନ୍ଦ୍ର ମଳିକ ନିର୍ବାଚିତ ହୋଇଛନ୍ତି। ପୋଖରୀଗୋଛାରେ ସରପଂଚ ଭାବେ ଶିବସେନ ନାଏକ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ବାପୁଜୀ ସାହୁ ନିର୍ବାଚିତ ହୋଇଛନ୍ତି। ସରିଗଣ୍ଡାରେ ସରପଂଚ ଭାବେ କସ୍ତୁରୀ ବେହେରା ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ଅମୀୟ କୁମାର ନାୟକ ନିର୍ବାଚିତ ହୋଇଛନ୍ତି। ଶିମିଳିସାହିରେ ସରପଂଚ ଭାବେ ସଞ୍ଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ସୁନନ୍ଦା ସାହୁ ନିର୍ବାଚିତ ହୋଇଛନ୍ତି। ତେଣ୍ଡାବାଡି ପଂଚାୟତରେ ସରପଂଚ ଭାବେ ଦାଶରଥି ନାୟକ ନିର୍ବାଚିତ ହୋଇଥିବା ବେଳେ ସମିତିସଭ୍ୟ ଭାବେ ଲକ୍ଷ୍ମୀପ୍ରିୟା ବେହେରା ନିର୍ବାଚିତ ହୋଇଛନ୍ତି। ସୋମବାର ଦିନ ଦଶପଲ୍ଲା ବ୍ଲକ ର ୧୧ ନଂ ଯୋନ ପାଇଁ ଭୋଟ ଗଣତି ଚାଲି ଥିବା ବେଳେ ଖବର ଲେଖାଯିବା ସୁଧା ଏହାର ଫଳାଫଳ ଘୋଷଣା ହୋଇନାହିଁ

Leave A Reply