Odisha news

ନାମାଙ୍କନ ପତ୍ର ଦାଖଲ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା 

0
ଦଶପଲ୍ଲା  : ଚଳିତ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଶପଲ୍ଲା ବିଧାନ ସଭା ଆସନ ପାଇଁ ପୁଣିଥରେ ବିଜେଡି
 ପ୍ରାର୍ଥୀ ହୋଇଥିବା  ବିଧାୟକ ରମେଶ ଚନ୍ଦ୍ର ବେହେରା ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସକାଳୁ ସକାଳୁ ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲାର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କୁ ଦର୍ଶନ କରି ପରେ  ନିଜ  ସମର୍ଥକ ମାନଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲେ ।  ସେଠାରେ  ଜଗନ୍ନାଥ ଙ୍କୁ ଦର୍ଶନ କରି ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳ ଅଫିସ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ସହ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ, ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ,ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ , ଦଶପଲ୍ଲା ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଗଣିଆ ପଂଚାୟତ ସମିତି ଅଧ୍ୟକ୍ଷା ଝୁନା ପ୍ରଧାନ, ନୂଆଗାଓଁ ପଂଚାୟତ ସମିତି ଅଧ୍ୟକ୍ଷା, ଏନ ଏ ସି ଅଧ୍ୟକ୍ଷା  ପୁନମ ପ୍ରିୟଦର୍ଶିନୀ । ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀହରି ନାଏକ ଙ୍କ ସମେତ ସହ ସହ କର୍ମୀ ଏଥିରେ ସାମିଲ ହୋଇଥିଲେ । ପୁଣି ଥରେ  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଶ୍ୱାସ କରି ମୋତେ ଟିକେଟ ଦେଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞତା ଜଣାଉଛି ବୋଲି ବିଧାୟକ ରମେଶ ବେହେରା ପ୍ରକାଶ କରିଥିଲେ ।
Ad2
Leave A Reply