ଦଶପଲ୍ଲା : ସୋମବାର ସକାଳ ସମୟ ରେ ଦଶପଲ୍ଲା ଥାନା ସୁବଳୟା ୫୭ ନଂ ଜାତୀୟ ରାଜପଥ ଉପରେ ଜଣେ ସାଇକେଲ ଚାଳକ ଙ୍କୁ କାର ଧକ୍କା ଦେବାରୁ ସାଇକେଲ ଚାଳକ ଙ୍କ ମୃତ୍ୟ ହୋଇଛି । ମୃତ ସାଇକେଲ ଚାଳକ ଙ୍କ ନାଁ ବସନ୍ତ ଦାସ (୫୨) ଓ ତାଙ୍କ ଘର ସୁବଳୟା ଗ୍ରାମରେ । ସୂଚନା ଯୋଗ୍ୟଯେ, ବସନ୍ତ ସାଇକେଲ ରେ ଟମାଟୋ ଧରି ବିକ୍ରୟ କରିବା ନିମନ୍ତେ ଯାଉଥିବା ବେଳେ ନୟାଗଡ଼ ରୁ ଦଶପଲ୍ଲା ଅଭିମୁଖେ ଆସୁଥିବା ଓଡ଼ି୦୨ ବିକ୍ୟୁ ୨୦୩୨ କାର ବସନ୍ତ ଙ୍କୁ ଧକା ଦେଇଥିଲା । ଫଳରେ ବସନ୍ତ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ବସନ୍ତ ଙ୍କୁ ଉଧାର କରାଯାଇ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଥିବା ବେଳେ ବସନ୍ତ ଙ୍କ ମୃତ୍ୟୁ ହୋଇଥିଲା । କାର ର ବେଗ ଅଧିକ ଥିବାରୁ କାର ଟି ବସନ୍ତ ଙ୍କୁ ଧକ୍କା ଦେଇ ଏକ ସିମେଣ୍ଟ ବିଦ୍ୟୁତ ପୋଲରେ ଧକ୍କା ହୋଇଥିଲା । ଫଳରେ ସିମେଣ୍ଟ ପୋଲ ଟି ଭାଙ୍ଗି ଯାଇଥିବା ବେଳେ କାର ର ସମୁଖ ପାର୍ଶ୍ଵ ଭାଙ୍ଗିଜାଇଥିଲା । ଏହି ଘଟଣାରେ କାର ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ଉଧାର କରାଯାଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା । ଏହି ଘଟଣାରେ ପୋଲିସ ଏକ ଏକ ମାମଲା ରୁଜୁକରି କାର ଡ୍ରାଇଭର ସହ କାର ରେ ଥିବା ଅନ୍ୟ ଜଣଙ୍କୁ ଗିରଫ କରି ଅଟକ ରଖିଛି ।