ଦଶପଲ୍ଲା : ବିଜେପି ପକ୍ଷରୁ କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ ପାଣିଗ୍ରାହୀ ଙ୍କୁ ପ୍ରାର୍ଥୀ ଘୋଷଣା ପରେ ଦଶପଲ୍ଲା ରେ ସୁକାନ୍ତ ଙ୍କୁ ସ୍ୱାଗତ କରାଯାଇଛି । ଦଳୀୟ କାର୍ଯ୍ୟକର୍ତା ଓ ବିଜେପି ନେତା ପୂର୍ଣ ଚନ୍ଦ୍ର ନାୟକ, ନୂତନ ଭାବେ ବିଜେପି ରେ ଯୋଗ ଦେଇଥିବା ଯୁବ ନେତା ରବୀନ୍ଦ୍ର ସେଠି, ପୂର୍ବତନ ଜିଲ୍ଲା ପରିଷଦ କିଶୋର ଦଳ ବେହେରା ଙ୍କ ସମେତ ବହୁ କର୍ମୀ ଫୁଲତୋଡା ଦେଇ ସ୍ଥାନୀୟ ପିଙ୍କି ଛକ ଠାରେ ସୁକାନ୍ତ ଙ୍କୁ ସ୍ୱାଗତ କରିଥିଲେ ।ପରେ ଏକ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ମହାବୀର ମନ୍ଦିର ଠାରେ ପହଞ୍ଚିଥିଲା । ସେଠାରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କୁ ପୂଜାର୍ଚନା କରିବା ସହ ହନୁମାନ ଚାଳିସା ପାଠ କରାଯିବା ପରେ ଏହି ଶୋଭାଯାତ୍ରା ଗୋବିନ୍ଦ ଲଜ ଠାରେ ପହଞ୍ଚିଥିଲା । ସେଠାରେ ଦଳୀୟ କର୍ମୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଗାମୀ ନିର୍ବାଚନ ରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ପରେ ସେ ନୂଆଗାଓଁ ଠାରେ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।