ଦଶପଲ୍ଲା ୧୯/୫ : ମହିଳା କୁସ୍ତି ଯୋଦ୍ଧା,ଯେଉଁମାନେ ଦେଶପାଇଁ ଗୌରବ ଅର୍ଜନ କରିଛନ୍ତି ସେମାନଙ୍କୁ ବିଜେପି ସାଂସଦ ବ୍ରିକ୍ ଭୂଷଣ ସରନ୍ ସିଂହ ଭାରତର କୁସ୍ତି ଯୋଦ୍ଧା ମହାସଂଘର ସଭାପତି ଥାଇ ଯୌନ ଶୋଷଣ କରିଥିବାର ଅଭିଯୋଗ ଆସିଲା ପରେ ପୀଡ଼ିତା ମାନେ ଥାନାରେ ଅଭିଯୋଗ କରିଥିଲେ।ମାତ୍ର ପୋଲିସ ଏଫ୍ ଆଇ ଆର୍ ଲଜ୍ ନକରିବାରୁ ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ହେବାରୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ପରେ ପୋଲିସ ଏଫ୍ ଆଇ ଆର୍ ରୁଜୁ କରିଛି କିନ୍ତୁ କୌଣସି ପଦକ୍ଷେପ ନନେବା ଯୋଗୁଁ ମହିଳା କୁସ୍ତି ଯୋଦ୍ଧା ମାନେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଧାରଣାରେ ବସଛନ୍ତି।ସେମାନଙ୍କୁ ସମର୍ଥନ କରି ଆଜି ଦେଶବ୍ୟାପୀ ବିଭିନ୍ନ ଗଣସଂଗଠନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଦଶପଲ୍ଲାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ବିକ୍ଷୋଭ ହୋଇଥିଲା। ଏଥିରେ ସି ଆଇ ଟି ୟୁ ନେତା ଶରତ ଚନ୍ଦ୍ର ବେହେରା କୃଷକ ସଭା ପକ୍ଷରୁ ବ୍ରଜବନ୍ଧୁ ପ୍ରଧାନ,ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ନେତା ଜୟନ୍ତୀ ଦାଶ, ଅଖିଳ ଭାରତ କ୍ଷେତ୍ର ମଜଦୂର ୟୁନିୟନର ସାଧୁ ଚରଣ ନାୟକ ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଦେରେଶନ ପକ୍ଷରୁ ବିପିନ ବାଜୁ ଏବଂ ଶୁଶାନ୍ତ ନାୟକ ପ୍ରମୁଖ ନେତୃତ୍ୱ ନେବାସହ ବିକ୍ଷୋଭ ସ୍ଥଳରେ ବକ୍ତବ୍ୟ ରଖିଥିଲେ
